ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ୍ । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗରେ ଆସନ୍ତା ୨୯ରେ ହାଜର ପାଇଁ ଦେଲେ ନିର୍ଦେଶ ।

242

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ କ୍ରମେ ଏହି ନୋଟିସ ଜାରି କରାଯାଇଛି । ଅନୁଭବଙ୍କ ସହିତ ତାଙ୍କ ବାପା ଓ ମାଙ୍କୁ ମଧ୍ୟ ନୋଟିସ କରିଛି ମହିଳା କମିଶନ । ଆସନ୍ତା ୨୯ ତାରିଖରେ ୩ଜଣଙ୍କୁ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ଆଜିର ବିଜେଡି ରାଜ୍ୟ ପରିଷଦ ବୈଠକରେ ସାଂସଦ ଅନୁଭବ ମହାନ୍ତି ଅନୁପସ୍ଥିତିକୁ ନେଇ ଜୋର ଘରିଛି ଚର୍ଚ୍ଚା । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । ଅଭିନେତା କୁନା ତ୍ରିପାଠୀ କହିଛନ୍ତି, ଏହା ତାଙ୍କ ବ୍ୟକ୍ତିଗତ ବିବାଦ । ଏହା ଦଳ ପାଇଁ ଅଡୁଆ ହେବନି । ଅଭିନେତା ଅରିନ୍ଦମ କହିଛନ୍ତି, ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।