ବଲାଙ୍ଗୀର ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ନୋଟିସ୍: ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିଥିଲେ ନରସିଂହ

590

କନକ ବ୍ୟୁରୋ: ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନରସିଂହ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବା ପରେ ଦୁଇ ଅଧିକାରୀଙ୍କୁ ବିଧାନସଭା ପକ୍ଷରୁ ନୋଟିସ ଜାରି କରାଯାଇଛି । ଆଉ ୭ ଦିନ ଭିତରେ ଉତର ରଖିବାକୁ କୁହାଯାଇଛି । ପୌରପାଳିକା ଅଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀ କି ଉତର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ବିଧାୟକ ନରସିଂହ ମିଶ୍ର ସ୍ୱାଧୀକାର ଭଂଗ ନୋଟିସ୍ ଆଣିବା ପରେ, ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ବିଧାନସଭା ପକ୍ଷରୁ ନୋଟିସ୍ କରାଯାଇଛି । ନୋଟିସରେ ସେମାନଙ୍କ ବିରୋଧରେ ବିଧାନସଭାରେ ବିଧାୟକ ନରସିଂହ ମିଶ୍ର ଆଣିଥିବା ସ୍ୱାଧୀକାର ଭଂଗ ଅଭିଯୋଗର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ସାତ ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଉଛି । ପୌରପାଳିକା ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ନୋଟିସ୍ ପରେ ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର ।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନ ହେବ ଲାଗି ରହିଛି । ଯାହାକୁ ନେଇ, ନରସିଂହ ଗତ ୨୮ ତାରିଖରେ ବିଧାନସଭାରେ ସ୍ୱାଧୀକାର ଭଂଗ ନୋଟିସ ଆଣିଥିଲେ । କହିଥିଲେ, ପୌରପାଳିକା ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ଜଣେ ଜନପ୍ରତିନିଧିଙ୍କୁ ଅସମ୍ମାନ କରୁଛନ୍ତି । ତାଙ୍କ ବିଧାନସଭାମଣ୍ଡଳୀ ଭିତରେ ବଲାଙ୍ଗୀର ପୌରପାଳିକା ଯାଉଥିଲେ ବି ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ଡକାଯାଉନାହିଁ । କୌଣସି ଫଳକରେ ବିଧାୟକଙ୍କ ନାଁ ଲେଖାଯାଉ ନାହିଁ । ଏପରକି କିଛି ଦିନ ତଳେ କୌଣସି ଫଳକରେ ବିଧାୟକଙ୍କ ନାଁ ଲେଖାଯିବ ନାହିଁ ବୋଲି ଗଣମାଧ୍ୟମକୁ କହିଥିଲେ ପୌରପାଳିକା ଅଧ୍ୟକ୍ଷା । ଯାହା ସ୍ୱାଧୀକାର ଭଂଗ କରୁଛି ।

ପାଲଟା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଭାପତି । କହିଛନ୍ତି, ଗୋଟିଏ ସଭାକୁ ବିଧାୟକଙ୍କୁ ଡକାଯାଇଥିଲା, କିନ୍ତୁ ସେହି ସଭାରେ ତାଙ୍କ ସମର୍ଥକମାନେ ଗଣ୍ଡଗୋଳ କରିବାରୁ ତାପରେ ଆଉ ଡକାଯାଉନାହିଁ । ତେବେ ବଲାଙ୍ଗୀର ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ, ବିଧାନସଭା ପକ୍ଷରୁ କରାଯାଇଥିବା ନୋଟିସ୍ର କି ଉତର ଦେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।