କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟଙ୍କ ଝଟକା ପରେ କଂଗ୍ରେସକୁ ୧୮୦୦ କୋଟି ଟଙ୍କାର ଟିକସ ପୈଠ କରିବାକୁ ନୋଟିସ ପଠାଇଛି ଆୟକର ବିଭାଗ । କଂଗ୍ରେସ ଟିକସ ପୈଠ ପାଇଁ ନୋଟିସ୍ ପାଇଥିବା ସ୍ପଷ୍ଟ କରିଛି । ୨୦୧୭-୧୮ ଏବଂ ୨୦୨୦-୨୧ରେ ଆୟକର ପୈଠ ନେଇ ନୋଟିସ୍ ହୋଇଥିଲା । ଏଥିରେ ଉଭୟ ଜୋରିମାନା ସହିତ ସୁଧ ମଧ୍ୟ ପୈଠ କରିବାକୁ କୁହାଯାଇଥିଲା । ତେବେ କଂଗ୍ରେସ କହିଛି, ଲୋକସଭା ନିର୍ବାଚନ ବେଳେ ବିଜେପି ଆୟକର ବିଭାଗକୁ ବ୍ୟବହାର କରୁଛି ଏବଂ ଟିକସ ପୈଠ କରିବାକୁ ନୋଟିସ ଜାରି କରି ଆର୍ଥିକ ସଙ୍କଟ ତିଆରି କରିବାକୁ ଚେଷ୍ଟା କରୁଛି ।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏବଂ କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି, ବିଜେପି ଆଇଟି ନିୟମକୁ ଉଲ୍ଲଂଘନ କରିଛି । ୪ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ଟିକସ ବିଜେପି ପୈଠ କରିବାକୁ ବାକି ଅଛି ବୋଲି କଂଗ୍ରେସ କହିଛି । ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏହାକୁ ଗୁରୁତର ସହ ନେଇ ନୋଟିସ କରିବା ଉଚିତ ବୋଲି କୁହାଯାଇଛି । ନିର୍ବାଚନୀ ବଣ୍ଡ ଜରିଆରେ ଦୁର୍ନୀତି କରି ବିଜେପି ବିଭିନ୍ନ ଉପାୟରେ ୮ ହଜାର ୨୦୦ କୋଟି ଟଙ୍କା ଗ୍ରହଣ କରିଛି । ଅନ୍ୟପଟେ ଏବେ ଟ୍ୟାକ୍ସ ଟେରୋରିଜିମ ଜରିଆରେ ବିରୋଧୀ କଂଗ୍ରେସକୁ ଦୁର୍ବଳ କରିଦେବାକୁ ପ୍ରୟାସ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/7-25.jpg)