କଂଗ୍ରେସକୁ ୧୮ଶହ କୋଟି ଟଙ୍କା ଟିକସ ପୈଠ କରିବାକୁ ନୋଟିସ । ଆୟକର ବିଭାଗ ନୋଟିସ୍ ପଠାଇଥିବା ସ୍ପଷ୍ଟ କଲା କଂଗ୍ରେସ

318

କନକ ବ୍ୟୁରୋ: ଯେତିକି ପାଖଉଛି ନିର୍ବାଚନ ସେତିକି ସମସ୍ୟା ଭିତରେ ପଡୁଛି କଂଗ୍ରେସ । ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାବେଳେ ଆୟକର ବିଭାଗ ଦଳ ପାଇଁ ବଡ ସମସ୍ୟା ନେଇ ଆସିଛି । ୨୦୧୭-୧୮ ରୁ ୨୦୨୦ରୁ ୨୧ ବର୍ଷକୁ ନେଇ ଏହି ନୋଟିସ ପଠାଯାଇଛି । ୧୮ ଶହ କୋଟି ଟଙ୍କାର ଜରିମାନା ଓ ସୁଧ ଭରିବ କଂଗ୍ରେସ । ଏନେଇ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।

୨୦୧୭ରୁ ୨୦୨୧ ମଧ୍ୟରେ ଆୟକର ବିଭାଗର ଜରିମାନା ଉପରେ ପୁଣିଥରେ ଯାଞ୍ଚ କରିବାକୁ କଂଗ୍ରେସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାର୍ଚ୍ଚ ୨୨ରେ କୋର୍ଟ ଦଳର ଆବେଦନ ଖାରଜ କରିଥିଲେ ।

  • ମୁଣ୍ଡ ଉପରେ ନିର୍ବାଚନ
  • କଂଗ୍ରେସକୁ ଆଇଟି ନୋଟିସ
  • ୧୮ଶହ କୋଟି ଟଙ୍କା ଦେବ ଦଳ

ତେବେ ପୂର୍ବରୁ ଆୟକର ବିଭାଗ ୨୧୦କୋଟି ଟଙ୍କା ଜରିମାନା ଲଗାଇବା ସହ ପାଣ୍ଠି ଫ୍ରିଜ କରିଥିଲା । ତେବେ ଆଇଟି କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଆଗକୁ ନିର୍ବାଚନ । କଂଗ୍ରେସକୁ ଦେବାଳିଆ କରିବା ପାଇଁ ବିଜେପି ଆୟକର ବିଭାଗର ଦୁରୁପଯୋଗ କରୁଥିବା କହିଛନ୍ତି ଦଳର ବରିଷ୍ଠ ନେତା ଅଜୟ ମାକେନ ।

ଏଥିସହ କଂଗ୍ରେସ କହିଛି ବିଜେପି ଉପରେ ୪୬୦୦ କୋଟି ଟଙ୍କାର ଜରିମାନା ରହିଛି । ତେଣୁ ବିଜେପିଠୁ ମଧ୍ୟ ଆୟକର ବିଭାଗ ଏହି ସମସ୍ତ ରାଶି ଆଦାୟ କରିବା ଉଚିତ । କିନ୍ତୁ କଂଗ୍ରେସ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଦଳ ପ୍ରଶ୍ନ କରିଛ । ଆୟକର ବିଭାଗ ନୋଟିସ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ ।