କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନୋଟିସ: କାହିଁକି ନୋଟିସ ଜାରି କଲେ ପିସିସି ସଭାପତି?

713

କନକ ବ୍ୟୁରୋ: କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନୋଟିସ । ସୁରଙ୍କୁ ନୋଟିସ ଜାରି କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳର ଆଭନ୍ତରୀଣ ବ୍ୟାପାର ସମ୍ପର୍କରେ ମନ୍ତବ୍ୟ ଦେଇଥିବାରୁ ନୋଟିସ । ପିସିସି ସଭାପତି ନିଷ୍ପତ୍ତି ନବୀନ ନିଅନ୍ତି କହିଥିଲେ ସୁର । କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ରଖିଲେ ଉତ୍ତର ଦେବାକୁ ନୋଟିସ ।

ପିସିସି ସଭାପତିଙ୍କ ଏହି ନୋଟିସ ପରେ ବୟାନ ରଖିଛନ୍ତି ସୁର ରାଉତରାୟ । ଆକ୍ରୋଶମୂଳକ ଭାବେ ଏଭଳି ନୋଟିସ ଦିଆଯାଇଛି । ପିସିସି ସଭାପତିଙ୍କ ଚିଠି ମୁଁ ଉତ୍ତର ଦେବି । ସେଭଳି ବିରାଟ ଭୁଲ କରିନାହିଁ ଯେ ଉତ୍ତର ଦେବିନି । ନିରଞ୍ଜନ ଓ ଜୟଦେବ ମଧ୍ୟ ଏଭଳି ମନ୍ତବ୍ୟ ପୂର୍ବରୁ ଦେଇଛନ୍ତି । ପୂର୍ବରୁ ଏତେ ଲୋକ କହିଥିଲେ ମୋତେ କାହିଁକି ନୋଟିସ ହେଲା । ଆମେ କ୍ୟାଡର ଆମ ନେତା ହେଉଛନ୍ତି ସୋନିଆ ଗାନ୍ଧୀ । ମୋ ଲୋକ ସମ୍ପର୍କ ଦେଖି ସେମାନେ ସହ୍ୟ କରିପାରୁନାହାନ୍ତି ।