କନକ ବ୍ୟୁରୋ: ପଦାକୁ ଆସିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କ୍ରାଇମ ପାର୍ଟନରଙ୍କ ଚେହେରା । ଖଗେଶ୍ୱରକୁ ନବମ ଦିନର ଜେରା ଓ ଆକାଉଣ୍ଟ ଟ୍ରାଞ୍ଜାକସନର ଖୋଳତାଡ଼ ପରେ ଇଡି ହାତରେ ଲାଗିଛି ଏହି ବିସ୍ଫୋରକ ତଥ୍ୟ । ୧୨ ଜଣଙ୍କୁ ଏନେଇ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ନିର୍ଦ୍ଧାରିତ ସମୟ ଓ ତାରିଖ ମଧ୍ୟରେ ହାଜର ହେବାକୁ ସମନରେ ଉଲ୍ଲେଖ ରହିଛି । ସୂତ୍ର ଅନୁସାରେ ବିଲଡର, ବ୍ୟବସାୟୀ ଓ ଅର୍ଚ୍ଚନାଙ୍କ ଘନିଷ୍ଠ ସମ୍ପର୍କୀୟଙ୍କୁ ଅଫିସକୁ ଡାକି ଜେରା କରିବ ଇଡି । ଏହି ୧୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ଆର୍ଥିକ ନେଣଦେଣ ନେଇ ଠୋସ୍ ପ୍ରମାଣ ପାଇଛି ଇଡି । ଏସମସ୍ତଙ୍କୁ ଆସନ୍ତା ୨୧ ତାରିଖରୁ ୨୭ ତାରିଖ ମଧ୍ୟରେ ଭୁବନେଶ୍ୱର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ ।
ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଶନିବାର ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇ ନାହାନ୍ତି ଅକ୍ଷୟ । ବରଂ ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଛି । ଆଉ ଆସନ୍ତା ୨୧ ତାରିଖରେ ଇଡି ଅଫିସରେ ହାଜର ହେବା ପାଇଁ ଅକ୍ଷୟଙ୍କୁ ଇଡି ପକ୍ଷରୁ ତାଗିଦ କରାଯାଇଛି । ଅନ୍ୟପଟେ ତଦନ୍ତ ବେଳେ ବହୁ ବଡ଼ବଡିଆ ଲୋକଙ୍କ ଚେହେରା ପଦାକୁ ଆସିବ ବୋଲି କହିଛନ୍ତି ଅକ୍ଷୟଙ୍କ ଓକିଲ ।
ଏହି ସମୟରେ ଅକ୍ଷୟ ପରିଜା ଓ ଫେରାର ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବୟାନ ଇଡି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । କାହିଁକି ନା ଅକ୍ଷୟଙ୍କ ବିରୋଧରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରା ଅପରାଧିକ ଷଡ଼ଯନ୍ତ୍ର ରଚି ଅନ୍ତରଙ୍ଗ ମହୂର୍ତର ଭିଡିଓ ଭାଇରାଲ କରିବା ସହ ବ୍ଲାକମେଲିଂ କରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଅକ୍ଷୟ ପରିଜା ।
ଇଡି ଠାରୁ ସମନ ପାଇଥିିବା ଏହି ୧୨ ଜଣ କିଏ ?
ଏମାନେ କେବେ ଇଡିରେ ହାଜରେ ହେବେ ?
ଅର୍ଚ୍ଚନାଙ୍କ ସହ ଥିଲା ଏମାନଙ୍କ କି ପ୍ରକାର ସମ୍ପର୍କ?
ଅର୍ଚ୍ଚନା ସାମ୍ରାଜ୍ୟରୁ କ’ଣ ଲାଭ ପାଇଥିଲେ ଏହି ୧୨ ଜଣ?
ଏମାନଙ୍କ ଛତ୍ରଛାୟା ତଳେ ରହି କଳା ସାମ୍ରାଜ୍ୟ ଚଳାଇଥିଲେ କି ଅର୍ଚ୍ଚନା?
କେବଳ ଏହି ୧୨ ଜଣଙ୍କୁ ନୁହେଁ, ଅର୍ଚ୍ଚନା ସହ ଜଡ଼ିତ ଥିବା ଏକାଧିକ ଲୋକଙ୍କୁ ଖୁବଶୀଘ୍ର ସମନ ଜାରି କରି ଇଡି କାର୍ଯର୍୍ୟାଳୟକୁ ଘୋଷାଡ଼ିବେ ତଦନ୍ତକାରୀ ଅଫିସର, ଯାହାକୁ ନେଇ ଚିନ୍ତାରେ ବଡ଼ବଡ଼ିଆ ।
Follow Us