ଯୁକ୍ତ ୨ରେ ଶୂନ ରେଜଲ୍ଟ କରିଥିବା ୧୫ ହାଇଅର ସେକେଣ୍ଡାରୀ ସ୍କୁଲକୁ ନୋଟିସ : କାରଣ ଦର୍ଶାଅ ନୋଟିସ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ; ୭ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦେଶ

943

କନକ ବ୍ୟୁରୋ : ଯୁକ୍ତ ୨ରେ ଶୂନ ରେଜଲ୍ଟ କରିଥିବା ହାଇଅର ସେକେଣ୍ଡାରୀ ସ୍କୁଲକୁ ନୋଟିସ । ୧୫ଟି ହାଇଅର ସେକେଣ୍ଡାରୀ ସ୍କୁଲର ଜଣେ ବି ଛାତ୍ର ଯୁକ୍ତ ୨ ବିଜ୍ଞାନରେ କୃତକାର୍ଯ୍ୟ ହୋଇନାହାନ୍ତି । ସେହିସବୁ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ । ତେବେ ଶୂନ ରେଜଲ୍ଟ କରିଥିବା ସ୍କୁଲରେ ଚଳିତବର୍ଷ କାହିଁକି ନାମ ଲେଖା ରଦ୍ଦ କରାନଯିବ ତାର କାରଣ ଦର୍ଶାଇବା ପାଇଁ କୁହାଯାଇଛି । ୭ ଦିନ ଭିତରେ ଉତର ରଖିବାକୁ ସଂପୃକ୍ତ କଲେଜ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ । ଗତକାଲି ଯୁକ୍ତ ୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଥିଲା ।

ରାଜ୍ୟରେ ୭୦ ଦଶମିକ ୨୧ ପ୍ରତିଶତ ପାସ୍ ହାର ରହିଛି । ତେବେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମୋଟ୍ ୫୯ ହଜାର ୩୭୪ ଜଣ ପିଲା ପାସ୍ କରିଛନ୍ତି । ଚଳିତ ବର୍ଷ ୨୦ଟି କଲେଜ ଶତ ପ୍ରତିଶତ ପାସ୍ ହାର ରହିଥିବା ବେଳେ ୧୫ଟି କଲେଜରେ ପାସ୍ ହାର ଶୂନ ରହିଛି ।