ବିଏମସି କମିଶନରଙ୍କୁ ନୋଟିସ: ଭୁବନେଶ୍ୱର ଡ୍ରେନରେ ପଡ଼ି ଶିଶୁ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା କମିଶନଙ୍କ ନୋଟିସ

120

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡ଼ି ଶିଶୁ ମୃତ୍ୟୁ ଘଟଣା । ବିଏମସି କମିଶନରଙ୍କୁ ନୋଟିସ ଜାରି କଲେ ରାଜ୍ୟ ଶିଶୁ ସୁରକ୍ଷା କମିଶନ । ଏଭଳି ଦୁର୍ଘଟଣା ରୋକିବାକୁ କଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଜଣାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଜୁନ ୧୮ ତାରିଖରେ ଭୁବନେଶ୍ୱର ମସଜିଦ କଲୋନିରେ ଡ୍ରେନରେ ଭାସି ଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ସେହିପରି ଡିଥେରିଆ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ସମେତ ଜିଲ୍ଲା ପ୍ରଶାସନଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କମିସନ ।