କନକ ବ୍ୟୁରୋ : ୫୧୭ଚାଷୀଙ୍କୁ କାଳିଆ ନୋଟିସ୍ । ଅଯୋଗ୍ୟ ହିତାଧିକାରୀ ଦର୍ଶାଇ କାଳିଆ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରାଯାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୩୧୭ ଜଣ ଓ କାକଟପୁରର ୨୧୮ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୃଷି ଅଧିକାରୀ ଘରକୁ ଘର ବୁଲି ଟଙ୍କା ଫେରସ୍ତ ନୋଟିସ ବାଂଟିବା ପରେ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ସରକାରୀ କର୍ମଚାରୀ ନୋଟିସ ବାଂଟିବା ବେଳେ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ସାମ୍ନା କରିଛନ୍ତି । କି
ଛି ଚାଷୀ ସରକାରଙ୍କ ନୋଟିସ୍ ପରେ ଟଙ୍କା ଫେରସ୍ତ କରି ସାରିଥିବା ବେଳେ ଆଉ କିଛି ଚାଷୀ କାହିଁକି କାଳିଆ ଟଙ୍କା ଫେରସ୍ତ କରିବୁ ବୋଲି ପ୍ରଶ୍ନ କରିଛନ୍ତି । କରୋନା କାଳରେ କାମ ଧନ୍ଦା ନଥିବା ବେଳେ ଚାଷୀ ପରିବାର ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି । ଏହି ସମୟରେ କେମିତି ଆଉ କେଉଁଠୁ ଟଙ୍କା ଆଣି ସରକାରଙ୍କୁ ଫେରସ୍ତ କରିବୁ ବୋଲି ଚାଷୀ କୃଷି ଅଧିକାରୀଙ୍କୁ ଚାଷୀ ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/unnamed-2.jpg)