ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ । ଆସନ୍ତା ୭ରେ ହାଜର ପାଇଁ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟର ଚିଠି 

246

କନକ ବ୍ୟୁରୋ: ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ । କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୭ ତାରିଖ ଦିନ ୩ଟା ୩୦ରେ ହାଜର ହେବା ପାଇଁ ନୋଟିସ୍ କରାଯାଇଛି । ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଥିରେ ନେଇ ଆସିବା ପାଇଁ କୁହାଯାଇଛି । ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଛି । ଗତ ସେପ୍ଟେମ୍ବର ୨୧ ତାରିଖରେ ବିଜୟ ଶଙ୍କର ବିବାହା ପାଇଁ ଆବେଦନ କରିଥିଲେ ।