ମୁସଲମାନ ବିରୋଧୀ ମନ୍ତବ୍ୟ ଦେଇ ଫସିଗଲେ ମାନେକା ଗାନ୍ଧୀ । ଭୋଟ୍ ପାଇଁ ଧମକାଉଥିବା ଭିଡିଓ ଭାଇରାଲ ପରେ ଜାରି ହେଲା କାରଣ ଦର୍ଶାଅ ନୋଟିସ

ମୁସଲମାନ ବିରୋଧୀ ମନ୍ତବ୍ୟ ଦେଇ ଫସିଗଲେ ମାନେକା ଗାନ୍ଧୀ । ଭୋଟ୍ ପାଇଁ ଧମକାଉଥିବା ଭିଡିଓ ଭାଇରାଲ ପରେ ଜାରି ହେଲା କାରଣ ଦର୍ଶାଅ ନୋଟିସ

କନକ ବ୍ୟୁରୋ: ନିର୍ବାଚନୀ ଭାଷଣରେ ଖୋଲା ଧମକ ଦେଇ ବିବାଦରେ ଫସିଗଲେ ମାନେକା ଗାନ୍ଧି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏବେ ନୋଟିସ କରିଛନ୍ତି ନିର୍ବାଚନ କମିସନ । କମିସନଙ୍କ ପକ୍ଷରୁ ସୁଲତାନପୁର ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଭାଷଣରେ ସିଧାସିଧା କହୁଛନ୍ତି ମାନେକା ଗାନ୍ଧୀ- ଏ ହାତରେ ନିଅ, ସେ ହାତରେ ଦିଅ ।

publive-image

ଭିଡିଓରୁ ଜଣାପଡୁଛି ଉତର ପ୍ରଦେଶ ସୁଲତାନପୁରର ଏକ ମୁସଲମାନ ବହୁଳ ଅଂଚଳରେ ନିଜପାଇଁ ପ୍ରଚାର କରୁଛନ୍ତି ମାନେକା ଗାନ୍ଧି । ଆଉ ତାଙ୍କ ସପକ୍ଷରେ ମତଦାନ ପାଇଁ ଭୋଟରଙ୍କୁ ଖୋଲା ଚେତାବନୀ ବି ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଭାଷଣରେ ମାନେକା କହୁଛନ୍ତି: ଲୋକଙ୍କ ସ୍ନେହ ଓ ସମର୍ଥନ ଯୋଗୁଁ ମୁଁ ନିର୍ବାଚନ ଜିଣୁଛି। ମୁସଲମାନମାନଙ୍କ ବିନା ସମର୍ଥନରେ ଜିଣିଲେ ମୋତେ ସୁଖ ଲାଗିବ ନାହିଁ। ମୋ ଭାବନାକୁ ଆଘାତ ଲାଗିବ। ତା’ପରେ ଯଦି କର୍ମସଂସ୍ଥାନ ପାଇଁ ମୁସଲମାନମାନେ ମୋତେ କହିବେ ସେତେବେଳେ ମୁଁ ଭାବିବି ହଉ ସେଇଠୁ କ’ଣ ହେଲା? ମନ ଦୁଃଖ ହୋଇଯିବ। ଯାହା ହେଲେ ବି କର୍ମସଂସ୍ଥାନ ଗୋଟାଏ ରାଜିନାମା ପରି।

publive-image

ଆଉ ଜଦି ମୁସଲମାନମାନେ ତାଙ୍କୁ ଭୋଟ୍ ନଦିଅନ୍ତି ଏବଂ ପରେ ତାଙ୍କ ପାଖକୁ କାମ କରାଇବା ପାଇଁ ଯାଆନ୍ତି ତାହାହେଲେ ତାଙ୍କ କାମ କରିବା କଷ୍ଟକର ହୋଇପଡିବ । ଅର୍ଥାତ ଭୋଟ୍ ଦେଇନଥିବା ଲୋକଙ୍କ ପାଇଁ କାମ କରିବା ମୁସ୍କିଲ ହୋଇପଡିବ ବୋଲି ନିର୍ବାଚନୀ ସଭାରେ ଧମକ ଦେଉଛନ୍ତି ମାନେକା ଗାନ୍ଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe