କନକ ବ୍ୟୁରୋ: ଧବଳେଶ୍ୱର ମୁଖ୍ୟ ଫାଟକରେ ପ୍ରଶାସନ ପକ୍ଷରୁ ଲାଗିଲା ନୋଟିସ୍ । ୧ଘଣ୍ଟା ମଧ୍ୟରେ ମନ୍ଦିର ଦ୍ୱାର ନଖୋଲିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାନଗଲେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଲେଖାଅଛି । ୬ଘଣ୍ଟା ହେଲା ଧବଳେଶ୍ୱର ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକ ମୁହାଁମୁହିଁ ହୋଇଛନ୍ତି । ପୀଠରେ ଲଗାଯାଇଥିବା ବ୍ୟାରିକେଡ୍ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ ଆଣିଛନ୍ତି ଏବଂ ସାଧାରଣ ଦର୍ଶନ ବନ୍ଦ କରିଛନ୍ତି ।
ଧବଳେଶ୍ୱର ମୁଖ୍ୟ ଫାଟକରେ ଲାଗିଲା ପ୍ରଶାସନର ନୋଟିସ୍ । ଘଣ୍ଟାଏ ଭିତରେ ମନ୍ଦିର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ।
/kanak/media/post_attachments/wp-content/uploads/2023/11/37-7.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)