କନକ ବ୍ୟୁରୋ: ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତକୁ ନେଇ କଲେଜ ପକ୍ଷରୁ ନୋଟିସ୍ । ଶତ ପ୍ରତିଶତ ଉପସ୍ଥାନ ନେଇ ବ୍ରହ୍ମପୁରରେ ଥିବା ବିନାୟକ ଆଚାର୍ଯ୍ୟ କଲେଜ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କଲେଜ ପ୍ରିନ୍ସପାଲଙ୍କ ତରଫରୁ ସବୁ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନୋଟିସ୍ ଜାରି କରାଯାଇଛି । ଅଗଷ୍ଟ ୨୫ ଅର୍ଥାତ୍ ଆଜି ଯେପରି ଶତ ପ୍ରତିଶତ ଛାତ୍ରଛାତ୍ରୀ କଲେଜରେ ଉପସ୍ଥିତ ରହିବ ସେନେଇ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବିବେକ ବିହାରରେ ଫାଇଭ-ଟି ସଚିବଙ୍କ ‘ଯୁବ ସମାବେଶ’ ଛାତ୍ରଛାତ୍ରୀଙ୍କୁ ଯୋଗଦେବାକୁ କଲେଜ ପକ୍ଷରୁ ନୋଟିସ୍ ଜାରି କରଯାଇଛି । ଦିନ ୧୧ଟା ମଧ୍ୟାହ୍ନଭୋଜନର ବ୍ୟବସ୍ଥା ହୋଇଥିବା ନେଇ ନୋଟିସରେ ଲେଖାଯାଇଛି । ଛାତ୍ରଛାତ୍ରୀମାନେ ଖାଇବା ପରେ ସେମାନଙ୍କୁ ବସ୍ ଯୋଗେ ସଭାସ୍ଥଳକୁ ନେବାକୁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଯିବା ଏବଂ ଆସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ମଧ୍ୟ ନୋଟିସରେ ଉଲ୍ଲେଖ ରହିଛି ।