କନକ ବ୍ୟୁରୋ : ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟର ନମ୍ବର ପ୍ଲେଟ୍ ବା ଏଚଏସ୍ଆରପି ଲଗାଇବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆବଶ୍ୟକ ବ୍ୟବସ୍ଥା ନଥାଇ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିବା ଆବେଦନରେ କୁହାଯାଇଛି । ଆବେଦନକାରୀ କହିଛନ୍ତି ଯେ ଏଚଏସଆରପି ଦ୍ୱାରା କଣ ଲାଭ ମିଳିବ ସେ ନେଇ ସାଧାରଣ ଲୋକେ ଅଜ୍ଞ ।
କିନ୍ତୁ ସରକାର ନିୟମ ଉଲ୍ଲଂଘନ ପାଇଁ ଏଥିପାଇଁ ଜରିମାନା ଧାର୍ଯ୍ୟ କରିଛନ୍ତି । ଯଦି ସରକାର ଏଭଳି ଏକ ବ୍ୟବସ୍ଥା କରିବାକୁ ଯାଉଛନ୍ତି ତେବେ ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ ଏଚଏସଆରପି ପାଇଁ ଗାଡି ମାଲିକ ଯେପରି ବୁକିଂ କରି ପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/7-7.jpg)