ପାଣିରେ ଭାସୁଛି ଟଙ୍କା ! ଉତରପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ

ପାଣିରେ ଭାସୁଛି ଟଙ୍କା ! ଉତରପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି  ଅଭାବନୀୟ ଦୃଶ୍ୟ

କନକ ବ୍ୟୁରୋ : ଗଙ୍ଗା ନଦୀରେ ଭାସୁଛି ଲକ୍ଷ ଲକ୍ଷ ଟଙ୍କା । ଉତରପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ନଦୀରେ ବିପୁଳ ପରିମାଣର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଭାସୁଥିବା ଦେଖିବାକୁ ମିଳିଛି । ନଈରେ ଗାଧୋଇଥିବା ଲୋକ ଏହି ଦୃଶ୍ୟ ଦେଖି କିଛି ଲୋକ ପୁଲିସକୁ ଖବର ଦେଇଥିଲେ ।

ନଭେମ୍ବର ୮ ମଧ୍ୟ ରାତ୍ରୀରୁ ବଡ ନୋଟ ଅଚଳ ହେବା ପରେ ଆତଙ୍କ ଖେଳିଯାଇଛି କଳାଧନ ଗଚ୍ଛିତ ରଖିଥିବା ଲୋକଙ୍କ ମନରେ । ଚର୍ଚ୍ଚା ହେଉଛି ବଡ ଧରଣର କଳାଧନ ଧରାପଡିଯିବା ଭୟରେ ସେହି ଟଙ୍କାଗୁଡିକ ପାଣିରେ ଭସାଇ ଦିଆଯାଇଛି ।

ତେବେ କିପରି ଏତେ ପରିମାଣର ଟଙ୍କା ଆସିଲା, କିଏ ଏଗୁଡିକ ପାଣିରେ ଭସାଇଛି, ଏ ନେଇ ଖୋଳତାଡ କରୁଛି ପୁଲିସ । ସେପଟେ ବରେଲୀର ସିବିଗଂଜସ୍ଥିତ ଏକ ଫ୍ୟାକ୍ଟ୍ରୀ ନିକଟରେ ମେସିନରେ କଟାଯାଇ ଟୁକୁଡା କରାଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଜବତ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe