କନକ ବ୍ୟୁରୋ : ଗଙ୍ଗା ନଦୀରେ ଭାସୁଛି ଲକ୍ଷ ଲକ୍ଷ ଟଙ୍କା । ଉତରପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ନଦୀରେ ବିପୁଳ ପରିମାଣର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଭାସୁଥିବା ଦେଖିବାକୁ ମିଳିଛି । ନଈରେ ଗାଧୋଇଥିବା ଲୋକ ଏହି ଦୃଶ୍ୟ ଦେଖି କିଛି ଲୋକ ପୁଲିସକୁ ଖବର ଦେଇଥିଲେ ।
ନଭେମ୍ବର ୮ ମଧ୍ୟ ରାତ୍ରୀରୁ ବଡ ନୋଟ ଅଚଳ ହେବା ପରେ ଆତଙ୍କ ଖେଳିଯାଇଛି କଳାଧନ ଗଚ୍ଛିତ ରଖିଥିବା ଲୋକଙ୍କ ମନରେ । ଚର୍ଚ୍ଚା ହେଉଛି ବଡ ଧରଣର କଳାଧନ ଧରାପଡିଯିବା ଭୟରେ ସେହି ଟଙ୍କାଗୁଡିକ ପାଣିରେ ଭସାଇ ଦିଆଯାଇଛି ।
ତେବେ କିପରି ଏତେ ପରିମାଣର ଟଙ୍କା ଆସିଲା, କିଏ ଏଗୁଡିକ ପାଣିରେ ଭସାଇଛି, ଏ ନେଇ ଖୋଳତାଡ କରୁଛି ପୁଲିସ । ସେପଟେ ବରେଲୀର ସିବିଗଂଜସ୍ଥିତ ଏକ ଫ୍ୟାକ୍ଟ୍ରୀ ନିକଟରେ ମେସିନରେ କଟାଯାଇ ଟୁକୁଡା କରାଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଜବତ କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Screen-shot-2016-11-12-at-11.20.23-AM.png)