ଓଡିଶା ଆସୁଛନ୍ତି ଆନ୍ନା ହଜାରେ ! ନବନିର୍ମାଣ କୃଷକ ସଂଗଠନର ବିଶାଳ ସମାବେଶରେ ହେବେ ସାମିଲ

273

କନକ ବ୍ୟୁରୋ: ଆଗାମୀ ନଭେମ୍ବର ୬ ତାରିଖରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଭୁବନେଶ୍ବର ଆସୁଥିବାର ସୂଚନା ମିଳିଛି। ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସମାବେଶ ରେ ଆନ୍ନା ହଜାରେ ଯୋଗ ଦେବେ ବୋଲି ଜଣାଯାଇଛି। ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ହେବାକୁଥିବା ରାଷ୍ଟ୍ରୀୟ ସମ୍ମିଳନୀରେ ଆନ୍ନା ହଜାରେ ଯୋଗ ଦେବେ ।

ଏହା ହେଉଛି ନବନିର୍ମାଣ କୃଷକ ସଂଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ। ଏହି ସମାବେଶରେ ଆନ୍ନା ହଜାରେଙ୍କ ସମେତ ବିଭିନ୍ନ ରାଜ୍ୟର ବହୁ ଚାଷୀ ମଧ୍ୟ ଯୋଗ ଦେବେ ବୋଲି ଜଣାଯାଇଛି । ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ସୂଚନା ଦେଇଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାରେ ସରକାର ଗଠନ ହେବାର ୫ମାସ ପରେ ବି କାଳିଆ ଟଙ୍କା ମିଳିନାହିଁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ୟ୍ୟକ୍ଷମ ହୋଇନଥିବାର ବି ଅଭିଯୋଗ ଆଣିଛନ୍ତି ଅକ୍ଷୟ କୁମାର।