କନକ ବ୍ୟୁରୋ: ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ । ୮୩ ବର୍ଷ ବୟସରେ ନାଟ୍ୟକାର ବିଜୟ ମିଶ୍ରଙ୍କ ଦେହାନ୍ତ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ବିଜୟ । ଦେହାନ୍ତ ପରେ ନାଟ୍ୟ ଜଗତରେ ବିଜୟ ଯୁଗର ଅବସାନ ଘଟିଛି ।
ତେବେ ଅନେକ ଓଡିଆ ଚଳଚ୍ଚିତ୍ର, ନାଟକ ଓ ଧାରାବାହିକର ସୃଜନୀ ସ୍ରଷ୍ଟା ହେଉଛନ୍ତି ବିଜୟ । ୧୯୬୦ରେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ‘ଜନନୀ’ ନାଟକରୁ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ବିଜୟ ମିଶ୍ରଙ୍କ ଚର୍ଚ୍ଚିତ ନାଟକ ‘ତଟ ନିରଞ୍ଜନୀ’ ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ହିନ୍ଦୀ, ନେପାଳୀ, କାନ୍ନଡା ଓ ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି ।
ତେବେ ତାଙ୍କ କୃତି ମଧ୍ୟରେ ରହିଛି ଜନନୀ, ଏକାକୀ, ଅଶାନ୍ତ ଗ୍ରହ, ତିମିର ତୀର୍ଥ, ପ୍ରତୀକ୍ଷା, ଆର୍ତ୍ତନାଦ, ହେ ସ୍ୱର୍ଗ ବିଦାୟ, ଶବ ବାହକମାନେ, ଯାଯାବର, ସାଗରତୀରେ, ଅସତ୍ୟ ସହର, ଏଠି ସେଠି ସବୁଠି, କଥାଟିଏ କହୁଁ, ଚନ୍ଦ୍ରଚୋରି, ଲଗ୍ନ, ଦୁଇଟି ସୂର୍ଯ୍ୟ: ଦଗ୍ଧ ଫୁଲକୁ ନେଇ ଏବଂ ଜଣେ ରାଜା ଥିଲେ ଏଭଳି ଶତାଧିକ ନାଟକର ଶ୍ରଷ୍ଠାଥିଲେ ବିଜୟ । ଖାଲି ସେତିକି ନୁହେଁ ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ‘ ର ମଧ୍ୟ ଚିତ୍ରନାଟ୍ୟ ଲେଖକ ଥିଲେ ବିଜୟ ।
୧୯୩୬ରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ଜନ୍ମ ଗ୍ରହଣ କରିଥିଲେ ବିଜୟ । ତେବେ ନିଜ ବହୁମୂଖୀ ପ୍ରତିଭା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି ବିଜୟ । ଏହାସହ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ବିଜୟ । ସେପଟେ ବିଜୟଙ୍କ ପରଲୋକ ପରେ ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/19-9.jpg)
/kanak/media/post_attachments/wp-content/uploads/2020/04/Bijaya-Mishra.jpeg)