୨୦୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ସରକାରଙ୍କୁ ଖର୍ଚ୍ଚ କରିବାକୁ ପଡୁଥିଲା ୪.୧୮ ଟଙ୍କା ! ଜାଣନ୍ତୁ ଅନ୍ୟ ନୋଟ୍ ପାଇଁ କେତେ ବ୍ୟୟ ହୋଇଥିଲା ।

19

ଭାରତ ସରକାର ୫୦୦,୨୦୦,୫୦,୧୦ ଟଙ୍କିଆ ନୋଟରେ ଅଙ୍କୁଶ ଲଗାଇବା ପରେ ଭାରତ ବଜାରକୁ ୨୦୦୦,୫୦୦,୨୦୦,୫୦ ଏବଂ ୧୦ ଟଙ୍କିଆ ନୂଆ ନୋଟ୍ ଆସିଥିଲା । ଶୁଣିବାକୁ ମିଳୁଛି ଯେ ନୂଆ ନୋଟ୍ ଆସିବା ଏବଂ ପୁରୁଣା ନୋଟ୍ ବନ୍ଦ ହେବା ପଛରେ ବହୁତ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଆସନ୍ତୁ ଜାଣିବା ଗୋଟିଏ ନୂଆ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଆଇଟିଆଇ ଉତ୍ତରରେ ସରକାର ଦେଇଥିବା ସୁଚନା ଅନୁସାରେ,୧୦ ଟଙ୍କାର ୧୦୦୦ ନୋଟ୍ ଛପାଯାଇଥିଲା ଯେଉଁଥିପାଇଁ ୧୦୧୦ ଖର୍ଚ୍ଚ ହୋଇଥିଲା । ଏହାର ଅର୍ଥ ଗୋଟିଏ ନୋଟ୍ ଛାପିବା ପରେ ଏହାର ଦାମ୍ ୧.୦୧ ଟଙ୍କା ଲାଗୁଥିଲା ।

ସେହିଭଳି ୨୦ ଟଙ୍କିଆ ନୋଟ୍ ପାଇଁ ୧୦୦୦ ନୋଟରେ ୧୦୦୦ ଟଙ୍କା ହୋଇଥିଲା ଏହାର ଅର୍ଥ ଗୋଟିଏ ନୋଟ୍ ପାଇଁ ୧ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ୫୦ ଟଙ୍କାର ୧୦୦୦ ନୋଟରେ ୧୦୧୦ ଟଙ୍କା ଅର୍ଥାତ୍ ଗୋଟିଏ ନୋଟରେ ୧.୦୧ ଟଙ୍କାର ଖର୍ଚ୍ଚ ବହନ କରିବାକୁ ପଡିଥାଏ । ୧୦୦ ଟଙ୍କାର ୧୦୦୦ ନୋଟ୍ ଛାପିବା ପାଇଁ ୧୫୧୦ ଟଙ୍କା ଅର୍ଥାତ୍ ଗୋଟିଏ ନୋଟ୍ ପିଛା ୧.୫୧ ଟଙ୍କା ଖର୍ଚ୍ଚ ହୁଏ ।

୫୦୦ ଟଙ୍କିଆ ୧୦୦୦ ଟି ନୋଟ୍ ଛାପିବା ପାଇଁ ୨୫୭୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଗୋଟିଏ ନୋଟ୍ ପିଛା ୨.୫୭ ଟଙ୍କା ଖର୍ଚ୍ଚ ହୁଏ । ସେହିପରି ୨୦୦୦ ଟଙ୍କିଆ ହଜାରଟି ନୋଟ୍ ଛାପିବା ପାଇଁ ୪୧୮୦ ଟଙ୍କା ଏବଂ ଗୋଟିଏ ନୋଟ୍ ପିଛା ୪.୧୮ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଆପଣଙ୍କ ଜ୍ଞାତ ସକାଶେ କହିରଖୁଛୁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ୩୦୯୦ ଟଙ୍କାର ଖର୍ଚ୍ଚ ମଧ୍ୟ ହୋଇଛି । ଅନ୍ୟ ପକ୍ଷରେ ପୂର୍ବରୁ ୧୦୦୦ ଟଙ୍କିଆ ୩.୫୪ ଟଙ୍କାରେ ଛପାଯାଉଥିଲା ।