ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ । ଏଣିକି କେବଳ ରାତିରେ ରହିବ କଟକଣା ।

179

କନକ ବ୍ୟୁରୋ: ବାଲେଶ୍ୱରବାସୀଙ୍କ ପାଇଁ ଜରୁରୀ ସୂଚନା । କର୍ଫ୍ୟୁକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଅପଡେଟ୍ । ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ । ବାଲେଶ୍ୱରରେ ଏଣିକି କେବଳ ରାତ୍ରୀକାଳୀନ ଲାଗିବ କର୍ଫ୍ୟୁ କଟକଣା । ଆସନ୍ତାକାଲିଠୁ କେବଳ ରାତିରେ ହିଁ ରହିବ କଟକଣା ।

ସହଦେବଖୁଣ୍ଟା, ଟାଉନ ଥାନା ଅଞ୍ଚଳରେ କଟକଣା କୋହଳ ହେଲା । ସକାଳ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କଟକଣା କୋହଳ । ମାତ୍ର ଏହି ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।

ତେବେ ୨ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବାଲେଶ୍ବର ସହର ଅଶାନ୍ତ ଥିବା ବେଳେ ଧୀରେ ଧୀରେ ଶାନ୍ତି ଫେରୁଥିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ ଓ ବାଲେଶ୍ବର ପୋଲିସର ମିଳିତ ଉଦ୍ୟମରେ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ମୋବାଇଲ ଇଣ୍ଟରନେଟ ମଧ୍ୟ ସ୍ଵାଭାବିକ ହୋଇଛି। ସମସ୍ତ ଅଞ୍ଚଳର ୱାର୍ଡ କାଉନସିଲର, ବିଧାୟକ, ଜିଲ୍ଲା ସଭାପତିଙ୍କ ସହ ବାଲେଶ୍ବରରେ ଶାନ୍ତି ଫେରିବା ପାଇଁ ଆଲୋଚନା କରାଯାଇଛି। ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୪ଟି ମାମଲା ରୁଜ୍ଜୁ କରାଯାଇଛି ଓ ୯୧ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଗୁଜବ ପ୍ରଚାର ପାଇ ବାଲେଶ୍ବର ପୋଲିସର ସାଇବର ସେଲ ମଧ୍ୟ କାର୍ୟ୍ୟକାରୀ କରୁଛି।