କନକ ବ୍ୟୁରୋ: ନୋଟ୍ ଫର୍ ଭୋଟ୍ ମାମଲାରେ ଜନପ୍ରତିନଧିଙ୍କୁ ଆଉ ମିଳିବନି ଆଶ୍ୱସ୍ତି । ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଏବେ ଯଦି ବିଧାୟକ ବା ସାଂସଦ ଟଙ୍କା ନେଇ ଗୃହରେ ଅଭିଭାଷଣ ଦିଅନ୍ତି କିମ୍ବା ଭୋଟ ଦିଅନ୍ତି ତାହେଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ । ଅର୍ଥାତ ଏହି ମାମଲାରେ ଏଣିକି ଆଉ ଜନପ୍ରତିନିଧି ମାନଙ୍କୁ ଆଇଗତ ସୁରକ୍ଷା ମିଳିପାରିବ ନାହିଁ ।

ସୁପ୍ରିମକୋର୍ଟ ୧୯୯୮ରେ ନରସିଂହ ରାଓ ଦେଇଥିବା ନିଷ୍ପତ୍ତିିକୁ ବଦଳାଇଛନ୍ତି । ସେତେବେଳେ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ଏବେ କିନ୍ତୁ ୭ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ପୂର୍ବ ରାୟକୁ ବଦଳାଇଛନ୍ତି । ଏହି ରାୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମର ସୀତା ସୋରେନ୍ଙ୍କୁ ସିଧାସଳଖ ପ୍ରଭାବିତ କରିବ । ୨୦୧୨ ରାଜ୍ୟସଭା ନିର୍ବାଚନରେ ବିଧାୟକ ଭାବେ ଲାଂଚ ନେଇ ମତଦାନ ମାମଲାରେ ସେ ଆଶ୍ୱସ୍ତି ମାଗିଥିଲେ । ୧୯୯୮ର ରାୟକୁ ଆଧାର କରି ସାଧାରଣତଃ ଧାରା ୧୦୫(୨) ଅନୁଯାୟୀ ସାଂସଦମାନଙ୍କୁ ଆଶ୍ୱସ୍ତି ମିଳିଥାଏ । ଏବେ କିନ୍ତୁ ଲାଂଚ ନେବା ମାମଲାରେ ଏହି ଆଶ୍ୱସ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।