କନକ ବ୍ୟୁରୋ : ଧୀରେ ଧୀରେ ସୁଧରୁଛି ସ୍ଥିତି । ଏଣିକି ବିବାହ ପାଇଁ ବ୍ୟାଙ୍କରୁ ଏକାଥରକେ ଅଢେଇ ଲକ୍ଷ ଟଙ୍କା ଉଠାଇପାରିବେ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ପ୍ରେସମିଟରେ କହିଛନ୍ତି । ପ୍ରତି ସପ୍ତାହରେ ଚାଷୀ ୨୫ ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ ।
କିଷାନ କ୍ରେଡିଟ କାର୍ଡରୁ ୨୫ ହାଜର ପର୍ଯ୍ୟନ୍ତ ଉଠାଇପାରିବେ ଚାଷୀ । ମଣ୍ଡି ବ୍ୟବସାୟୀ ସର୍ବାଧିକ ୫୦ ହାଜର ବ୍ୟାଙ୍କରୁ ଉଠାଇପାରିବେ । ସେହିପରି କାଲିଠୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପୁରୁଣା ନୋଟ ବଦଳ କରିପାରିବେ । ୪ ହଜାର ୫୦୦ରୁ ୨ ହଜାର ଟଙ୍କାକୁ ବଦଳ ସୀମା ଖସାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-17-11h11m21s638.png)