ଶ୍ରୀମନ୍ଦିର ଖୋଲିବାକୁ ସରକାର ଅମଙ୍ଗ । ଗର୍ଭଗୃହ ଛୋଟ ଥିବାରୁ ମନ୍ଦିର ଖୋଲିଲେ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା । ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ଜବାବ ରଖିଲେ ରାଜ୍ୟ ସରକାର ।

547

କନକ ବ୍ୟୁରୋ: ଖୋଲିବନି ଶ୍ରୀମନ୍ଦିର । ମନ୍ଦିର ଖୋଲିବାକୁ ସରକାର ଅରାଜି । ଏବେ ଶ୍ରୀମନ୍ଦିର ଖୋଲିବାକୁ ମନାକଲେ ରାଜ୍ୟ ସରକାର । ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କିତ ମାମଲାରେ ସରକାରଙ୍କ ଜବାବ । ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ।

ଶ୍ରୀମନ୍ଦିର ଗର୍ଭଗୃହ ଛୋଟ ଯୋଗୁଁ ମନ୍ଦିର ଖୋଲିଲେ ସଂକ୍ରମଣ ବ୍ୟାପିବ । ଛୋଟ ସ୍ଥାନ ହୋଇଥିବାରୁ କରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଛି । ଓଡିଶାରେ ମନ୍ଦିର ଖୋଲିବା ନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ।

ତେବେ କେନ୍ଦ୍ର ସରକାରଙ୍କ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ସମସ୍ତଙ୍କ ନଜର ରହିଥିଲା । ଶ୍ରୀମନ୍ଦିର ଖୋଲିବାକୁ ବାରମ୍ବାର ଦାବି ମଧ୍ୟ ହେଉଥିଲା । ବିଭିନ୍ନ ରାଜନୈତିକ ଦଳ ସହ ସାଧାରଣ ଲୋକ ଶ୍ରୀମନ୍ଦିର ଖୋଲିବାକୁ ଦାବି କରୁଥିଲେ । ମାତ୍ର ସରକାର ଏହାର ଜବାବ ରଖିଛନ୍ତି ।