କନକ ବ୍ୟୁରୋ : କେନ୍ଦ୍ର ସରକାର ଟିକା ଆବଣ୍ଟନକୁ ନେଇ ବଡ ପରିବର୍ତ୍ତନ କରିଛନ୍ତି । ସରକାର ଟିକା ନିର୍ମାତା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଘରୋଇ ହସ୍ପିଟାଲମାନଙ୍କ ପାଇଁ ୨୫ ପ୍ରତିଶତ ଟିକା ମହଜୁଦ ରଖିବାର ଆବଶ୍ୟକତା ନାହିଁ । ଏହାସହ ସରକାର କହିଛନ୍ତି କି ଟିକା ନିର୍ମାତା କମ୍ପାନୀ ମାନେ ଯେତିକି ପରିମାଣର ଟିକା କିଣିବାକୁ ଚାହୁଁଛନ୍ତି କେବଳ ସେମାନଙ୍କୁ ସେତିକି ପରିମାଣର ଟିକା ଦିଆଯାଉ । ଏହାସହ ସେମାନଙ୍କ କୋଟାରୁ ବଞ୍ଚୁଥିବା ଟିକା ସରକାରଙ୍କୁ ଦେବା ପାଇଁ ଟିକା ନିର୍ମାତା କମ୍ପାନୀ ମାନଙ୍କ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା ସଂସଦରେ ମୌଖିକ ଭାବେ କହିଛନ୍ତି କି ଘରୋଇ ହସ୍ପିଟାଲ ମାନଙ୍କୁ ୨୫ ପ୍ରତିଶତ ଟିକା ଯୋଗାଇବାର ଆବଶ୍ୟକତା ନାହିଁ । ସେ ଆହୁରି କହିଛନ୍ତି କି ଘରୋଇ ହସ୍ପିଟାଲମାନେ ୨୫ ପ୍ରତିଶତ ଟିକା ବିକ୍ରି କରିପାରୁ ନାହାନ୍ତି । ସେମାନେ ସର୍ବାଧିକ ୭-୯ ପ୍ରତିଶତ ଟିକା ବିକ୍ରି କରିପାରୁଛନ୍ତି । ଏଣୁ ଘରୋଇ ହସ୍ପିଟାଲ କୋଟାରୁ ଯେଉଁ ଟିକା ବଳି ପଡୁଛି ତାକୁ ସରକାରୀ କୋଟାକୁ ଦେବା ପାଇଁ ସେ ଟିକା ନିର୍ମାତା କମ୍ପାନୀ ମାନଙ୍କୁ କହିଛନ୍ତି । କହିରଖୁ କି ରାଜ୍ୟସଭା ସାଂସଦ ସୁଶିଲ ମୋଦୀ ଏ ସଂପର୍କରେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ଏଭଳି କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ସୂଚନା ଥାଉକି ପ୍ରଥମେ ଘରୋଇ ହସ୍ପିଟାଲରେ କୋଭିସିଲ୍ଡ ୭୮୦ ଟଙ୍କା ଓ କୋଭାକ୍ସିନ ୧୪୧୦ ଟଙ୍କାରେ ବିକ୍ରି କରାଯାଉଥିଲା । ଏହାପରେ ଜୁନ ୨୧ ତାରିଖରେ ସରକାରଙ୍କ ସଂଶୋଦ୍ଧିତ ନିର୍ଦ୍ଦେଶ ପରେ ଘରୋଇ ହସ୍ପିଟାଲ ମାନେ ଉଭୟ ଟିକାକୁ ୧୫୦ ଟଙ୍କାରେ ବକ୍ରି କରୁଛନ୍ତି ।