ଭାରତର କଡା କାର୍ଯ୍ୟାନୁଷ୍ଠାନ ପରେ ନରମିଲା ଜଷ୍ଟିନ ଟ୍ରୁଡୋଙ୍କ ସ୍ୱର : ନୂଆଦିଲ୍ଲୀକୁ ଉସୁକାଇବାକୁ ଚାହେଁନି କହିଲେ କାନାଡା ପ୍ରଧାନମନ୍ତ୍ରୀ

303

କନକ ବ୍ୟୁରୋ : ନରମିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଭିତରେ କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏହାକୁ ବଢାଇବାକୁ ଚାହୁଁନାହୁଁ । କିନ୍ତୁ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ଭାରତ ଗୁରୁତର ସହ ନେବା ଦରକାର ବୋଲି କହିଛନ୍ତି ଜଷ୍ଟିନ୍ ଟ୍ରୁଡୋ । । କାନାଡାରେ ହରଦୀପଙ୍କୁ ଭାରତୀୟ ଏଜେଂଟ ହତ୍ୟା କରିଥିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ ଜଷ୍ଟିନ୍ ଟ୍ରୁଡୋ ।

ଏଥିସହ କାନାଡାରେ ଅବସ୍ଥାପିତ ଭାରତୀୟ ଦୂତଙ୍କୁ ବହିସ୍କାର କରିଥିଲେ । ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖାନ କରିବା ସହ ଭାରତରେ ଅବସ୍ଥାପିତ କାନାଡା ଦୂତଙ୍କୁ ବହିଷ୍କାର କରିଥିଲେ । ୫ ଦିନ ମଧ୍ୟରେ ତାଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ଜଷ୍ଟିନ୍ ଟ୍ରୁଡୋ ଆଜି ରିପୋର୍ଟରମାନଙ୍କୁ କହିଛନ୍ତି, ସେମାନେ ଭାରତ ସରକାର ସହ ମିଶି କାର୍ଯ୍ୟ କରିବାକୁ ଚାହାଁନ୍ତି । କିନ୍ତୁ ସବୁକିଛି ସ୍ପଷ୍ଟ ଏବଂ ପ୍ରକୃତ ମାଧ୍ୟମରେ ହେବା ଦରକାର ।

ଭାରତରେ ରହୁଥିବା କାନାଡାର ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କାନାଡା ସରକାର ଅନୁରୋଧ କରିଛନ୍ତି । ଭାରତରେ ରହୁଥିବା କାନାଡା ନାଗରିକଙ୍କୁ ମଣିପୁର, ଆସମ, ଜମ୍ମୁକାଶ୍ମୀର ନଯିବାକୁ ପରାମର୍ଶ ଦିଆଯାଇଛି । ହରିଦୀପ ସିଂ ନିଜ୍ଜର ହେଉଛନ୍ତି ବ୍ୟାନ ହୋଇଥିବା ଖଲିସ୍ଥାନୀ ଟାଇଗର ଫୋର୍ସର ମୁଖ୍ୟ । ଯିଏ ଭାରତର ମୋଷ୍ଟ ୱାଟେଂଡ୍ ଆତଙ୍କବାଦୀ ଥିଲେ । ଗତ ଜୁନ ୧୮ ତାରିଖରେ ତାଙ୍କୁ କେହି ଅଜଣା ବ୍ୟକ୍ତି ଗୁଳିକରି ହତ୍ୟା କରିଥିଲେ ।