କନକ ବ୍ୟୁରୋ : ଟୁଇଟରକୁ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କଥା । ଗତ କିଛି ଦିନ ହେବ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କୁ ମୁହାଁମୁହିଁ ପରିସ୍ଥିତିରେ ଦେଖିବାକୁ ମିଳୁଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, କେନ୍ଦ୍ର ସରକାର ଟୁଇଟରକୁ ନିଷିଦ୍ଧ କରିବାକୁ ଚାହାନ୍ତି ନାହିଁ, ହେଲେ ଦେଶର ଟ୍ୱିଟରକୁ ଆଇନ ଭିତରେ ରହି କାମ କରିବାକୁ ପଡିବ ।
ସେପଟେ ଟ୍ୱିଟର ଇଣ୍ଡିଆ ଏମ୍ଡି ମନିଷ ମାହେଶ୍ୱରୀଙ୍କୁ ଜେରା କରିଛି ଦିଲ୍ଲୀ ପୁଲିସ । ଦିଲ୍ଲୀ ପୁଲିସର ବରିଷ୍ଠ ପଦାଧିକାରୀଙ୍କ ଏକ ଦଳ ବେଙ୍ଗାଲୁରୁ ଯାଇ ମନିଷ ମାହେଶ୍ୱରୀଙ୍କୁ କଂଗ୍ରେସ ଟୁଲକିଟ୍ ସଂକ୍ରାନ୍ତରେ ପଚରାଉଚୁରା କରିଛନ୍ତି । ଘଟଣାଟି ମେ ୩୧ ତାରିଖର । ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଟ୍ୱିଟ୍ ଉପରେ ଟ୍ୱିଟର ମାନିପ୍ୟୁଲେଟିଭ ମିଡିଆର ଟ୍ୟାଗ୍ ଲଗାଇଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Ravi-shankar-prasad-twitter-16062021.jpg)