କନକ ବ୍ୟୁରୋ : ଭାରତରେ ପହଞ୍ଚିବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଜାତୀୟ ଗଣମାଧ୍ୟମ ଗୋଟିଏ ଖବର ବେଶ ଚର୍ଚ୍ଚା ସାଉଁଟିଛି । ଋଷି କହିଛନ୍ତି ଜଣେ ଜ୍ୱାଇଁଭାବେ ଭାରତକୁ ଆସିବାର ତାଙ୍କୁ ନିଆରା ଅନୁଭୁତି ଦେଇଛି । ରିଷିଙ୍କ ଏହି ବୟାନ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଛି । ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷରାଙ୍କୁ ବିବାହ କରିଛନ୍ତି ଋଷି । ପତ୍ନୀ ଅକ୍ଷରାଙ୍କ ସହ ଗତକାଲି ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଋଷି କହିଥିଲେ ଭାରତ ତାଙ୍କ ମନର ଖୁବ ନିକଟରେ । ଦୀର୍ଘବର୍ଷ ହେବ ଭାରତ ଆସିପାରିନି । ଏଥରକ ଭାରତଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।

Advertisment

ସୁନକ କହିଛନ୍ତି, ଭାରତ ଯିବା ପାଇଁ ସେ ଅତ୍ୟନ୍ତ ବ୍ୟଗ୍ର । କାରଣ ଭାରତ ତାଙ୍କର ଅତ୍ୟନ୍ତ ପ୍ରିୟ। ଜି-୨୦ ସମ୍ମିଳନୀକୁ ସ୍ପଷ୍ଟ ଚିନ୍ତାଧାରା ନେଇ ଯାଉଛି । ବିଶ୍ବ ଅର୍ଥନୀତିରେ ସ୍ଥିରତା ଆଣିବା, ଅନ୍ତର୍ଜାତୀୟ ସଂପର୍କ ସ୍ଥାପନ କରିବା ଏବଂ ଅତ୍ୟନ୍ତ ଦୁର୍ବଳ ବର୍ଗଙ୍କୁ ସହାୟତା ପ୍ରଦାନ କରିବା ଉପରେ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ଏଥିସହିତ ପୁଟିନ ପୁଣିଥରେ ଜି-୨୦‌ ସମ୍ମିଳନୀରେ ମୁହଁ ଦେଖାଇବାରେ ବିଫଳ ହୋଇଛନ୍ତି ।

ପୁଟିନ ତାଙ୍କ ନିଜଦ୍ବାରା ରଚାଯାଇଥିବା କୂଟନୈତିକ ନିର୍ବାସନରେ ଫସିଛନ୍ତି । ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ କୋଠା ଭିତରେ ନିଜକୁ ଏକାକୀ କରି ରଖିଛନ୍ତି । ସମାଲୋଚନା ଓ ବାସ୍ତବତାକୁ ବନ୍ଦ କରି ରଖିଛନ୍ତି। କିନ୍ତୁ ଆମେ ୟୁକ୍ରେନର ସମର୍ଥନରେ ବାହାରିବୁ ବୋଲି ସୁନକ ସ୍ପଷ୍ଟ କରିଛନ୍ତି । ଏଥିସହ ଭାରତର ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପ୍ରସଂଶା କରିଛନ୍ତି ଋଷି ସୁନକ । ତେବେ ସମ୍ମିଳନୀରେ ଋଷ-ୟୁକ୍ରେନ ଯୁଦ୍ଧ କଥା ଉଠାଇବେ ବୋଲି କହିଛନ୍ତି ବ୍ରିିଟେନ ପ୍ରଧାନମନ୍ତ୍ରୀ ।