କନକ ବ୍ୟୁରୋ: ଟୁଇନ୍ ସିଟି କଟକ-ଭୁବନେଶ୍ୱରରେ ଚେକିଂ ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ବ୍ଲ ପ୍ରିଂଟ୍ ପ୍ରସ୍ତୁତ କରିଛି କମିଶନରେଟ୍ ପୁଲିସ୍ । ଏଣିକି ମଦ ପିଈ ଗାଡ଼ି ଚଳାଇ ଧରାପଡ଼ିଲେ ଫାଇନ୍ ନୁହେଁ ବରଂ ଗିରଫ ହେବେ ମଦୁଆ ଡ୍ରାଇଭର । କେବଳ ସେତିକି ନୁହେଁ ଲାଇସେନ୍ସ ରଦ୍ଧ ପ୍ରକ୍ରିୟା ଆରମ୍ଭ କରିବା ସହିତ ଗାଡ଼ି ଜବତ କରିବ ପୁଲିସ୍ । ପୂର୍ବରୁ କୋଭିଡ୍ କଟକଣା ଥିବାରୁ ମଦୁଆଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେଉଥିଲା । କିନ୍ତୁ ଏବେଠାରୁ ପ୍ରତି ଚେକ୍ ପୋଷ୍ଟରେ ବ୍ରେଥ୍ ଆନାଲାଜର ସାହାର୍ଯ୍ୟରେ ମଦୁଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି । ବିଶେଷ କରି ସଡ଼କ ଦୁର୍ଘଟଣାରେ ନିରିହ ଲୋକଙ୍କ ଜୀବନ ଯାଉଥିବା ବେଳେ କ୍ଷୟକ୍ଷତି ମଧ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି କଠୋର ନିଷ୍ପତି ନେଇଛି ପୁଲିସ୍ ।

Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ମଦୁଆ ଚାଳକ ନୁହେଁ ବରଂ ରୋଡ୍ ଉପରେ ରୋମିଓଗିରି ଦେଖାଉଥିବା ଯୁବକଙ୍କୁ ସାବାଡ଼ କରିବା ପାଇଁ ଖସଡ଼ା ପ୍ରସ୍ତତ କରିଛି କମିଶନରେଟ୍ ପୁଲିସ୍ । ଯେଉଁମାନେ ରାସ୍ତା ଉପରେ ମଦ ପିଉଛନ୍ତି । ରାସ୍ତାରେ ଯାଉଥିବା ମହିଳା ବା ଯୁବତୀଙ୍କୁ କମେଂଟ୍ ମାରୁଛନ୍ତି । କିମ୍ବା ରାସ୍ତାରେ ଯୁବତୀଙ୍କୁ ଅଟକାଇ ହଇରାଣ କରୁଛନ୍ତି ସେମାନଙ୍କ ଉପରେ ବି ରହିବ ପୁଲିସର ନଜର । ଏଭଳି କି ଏଥିପାଇଁ ଖାସ୍ ପିଓପିଡି ଟିମ୍ ଗଠନ କରିଛନ୍ତି ଡିସିପି । ଏହା ସହ ସିଧାସଳଖ ଭୁବନେଶ୍ୱର ଡିିସିପିଙ୍କୁ ୭୦୭୭୭-୯୮୧୧୧ ନମ୍ବର ଜରିଆରେ ଯୋଗାଯୋଗ କରିପାରିବେ ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ।
ସହରର ବିଭିନ୍ନ ଗଳିକନ୍ଦିରେ ନାକା ଲଗାଇବା ସହ ଛକଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ ମୁତୟନ କରାଯାଉଛି । ଯେଉଁମାନେ ଏହି ମୁଦୁଆ ଗାଡ଼ି ଚାଳକ ଏବଂ ରୋଡ୍ ରୋମିଓଙ୍କ ଉପରେ ନଜର ରଖିବେ ।