କନକ ବ୍ୟୁରୋ: ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଅନେକ ସୁବିଧା କରୁଛନ୍ତି । ଜୋତା, ଡ୍ରେସଠାରୁ ଆରମ୍ଭ କରି ବିଦ୍ୟାଳୟର ଉନ୍ନତିରଣ ଓ ସୌନ୍ଦର୍ଯ୍ୟକରଣ କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏବେ ବି କିଛି ବିଦ୍ୟାଳୟର ଭିତିଭୁମି ନଥିବାରୁ ଅନେକ ଅସୁବିଧାରେ ପାଠ ପଢୁଛନ୍ତି କୁନି କୁନି ପିଲା । କେଉଁଠି ଘର ନଥିବାରୁ ବାରଣ୍ଡାରେ ପାଠ ପଢୁଛନ୍ତି ତ କଉଁଠି ରୋଷେଇ ଘର ନଥିବାରୁ ବାହାରେ ରୋଷେଇ ହେଉଥିବା ଖାଦ୍ୟ ଖାଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତେଲେଙ୍ଗାବସନ୍ତ ପଂଚାୟତ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଠମ ଶ୍ରେଣି ପର୍ଯ୍ୟନ୍ତ ୨୬୬ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଶିକ୍ଷକ ତ ୮ ଜଣ ଅଛନ୍ତି ହେଲେ ପାଠ ପଢିବାକୁ ନାଁ ଅଛି ଘର ନାଁ ପଢିବାକୁ କିଛି ସୁବିଧା ସୁଯୋଗ । ତେଣୁ ଅତି ଦୟନିୟ ଅବସ୍ଥାରେ ଘର ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ । ୮ ଟି ଶ୍ରେଣି ପାଇଁ ସର୍ବ ନିମ୍ନ ୮ଟି ଘର ଆବଶ୍ୟକ ଥିବା ବେଳେ ସମୁଦାୟ ଶ୍ରେଣୀ ଘର ୪ଟି ରହିଛି । ତେବେ ସେଥିମଧ୍ୟରୁ ଗୋଟିଏ ଘର ସଂମ୍ପୁର୍ଣ ରୋଷେଇ ସାମଗ୍ରୀ ପାଇଁ କାଠ ଓ ଭଙ୍ଗା ଚେୟାର ବଂଚରେ ଭର୍ତି ହୋଇଛି । ଆଉ ୩ ଟି ଘରେ ପାଠ ପଢୁଛନ୍ତି ପିଲା । ତେବେ ବାକି ପ୍ରଥମରୁ ପଚଂମ ଶ୍ରେଣି ପାର୍ଯ୍ୟନ୍ତ ପିଲା ବାହାର ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଖରା ବର୍ଷ ଓ ଶୀତ କାକରରେ ବାରଣ୍ଡରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

Advertisment