୭୦% ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ; ଗୋଟିଏ ସେକସନରେ ରହିବେ ୨୦ରୁ ୨୫ ପିଲା: ରବିବାର ସହ ୧୦୦ ଦିନର ପାଠପଢା ଉପରେ ଗୁରୁତ୍ୱ

453

କନକ ବ୍ୟୁରୋ:  ଆସନ୍ତା ୮ ତାରିଖରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିବ । ଏ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି ।  ଏ ନେଇ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସମୀର ଦାସ କହିଛନ୍ତି,  ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପଢିବେ । ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛିା  ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିୟୁକ୍ତ ହୋଇଛନ୍ତି ।

ସେମାନେ ଜିଲ୍ଲାପାଳ ଓ ଡିଆଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ।  ଶିକ୍ଷକ ଆବଶ୍ୟକତା ଥିଲେ  ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।   ଶହେ ଦିନ ପାଠପଢାର ଆବଶ୍ୟକତା ରହୁଛି । ରବିବାରଦିନ ପାଠ ନ ପଢାଇଲେ  ଶହେ ଦିନ ହେବନି ।  ବର୍ତମାନ ପିଲାଙ୍କ କୋଭିଡ ଟେଷ୍ଟ ହେବା ନେଇ ନିଷ୍ପତି ହୋଇନି ।  ସ୍ୱାସ୍ୟ ବିଭାଗ କହିଲେ କରିବୁ ।  ସିଲାବସ ୩୦ ପ୍ରତିଶତ କମିଛି । ଆଉ କମିବାର ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।