କନକ ବ୍ୟୁରୋ : ରାଜରାସ୍ତାରେ ଏଣିକି ଖୋଲାରେ ଛିଡାହୋଇ ଖାଇପାରିବେନି ଗୁପଚୁପ ଓ ଚାଟ । ସମସ୍ତ ପ୍ରକାର ଫାଷ୍ଟଫୁଡ ଓ ଜଳଖିଆ ଦୋକାନ ଉପରେ ଲଗାଯାଇଛି କଟକଣା । କରୋନା ସଂକ୍ରମଣକୁ ଏଡାଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପଦକ୍ଷେପରୁ ଏନେଇ ପଦକ୍ଷେପ ନିଆଯାଇଛି । । ରାଜରାସ୍ତାରେ ଖୋଲାରେ ଖାଇପାରବେନି ଲୋକ । କେବଳ ପାର୍ସଲ ନେଇପାରିବେ । ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ.ଚାଟ,ଦହିବରା ଆଳୁଦମ, ବ୍ୟବସାୟୀଙ୍କୁ ଏନେଇ ସତର୍କ କରିଦିଆଯାଇଛି ।

Advertisment

Image

କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ବ୍ୟବସାୟୀ ମାନେ କେବେଳ ପାର୍ସଲ ଦେବେ । ଦୋକାନ ନିକଟରେ ଗ୍ରାହକ ମାନେ ଛିଡା ହୋଇ ଖାଉଥିବାର ନଜର ଆସିଲେ ଆଇନଅନୂୁଯାୟୀ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଫାଇନ ଆଦାୟ କରାଯିବ ।