ବିଶେଷଜ୍ଞ ଡାକ୍ତର କହିଲେ, ମାନବ ସମାଜ ପାଇଁ ଉପକାର କରୁଛି ଭାଇରସ୍: ଇକୋ ସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରନ୍ତି ଭୂତାଣୁ; କେତେକ ଭାଇରସ ସଂକ୍ରମଣ ବିଶେଷ ପ୍ରକାର ଶୁକ୍ଷ୍ମ ଜୀବଠୁ ଶରୀରକୁ କରେ ରକ୍ଷା

1,156

କନକ ବ୍ୟୁରୋ: ସାରା ବିଶ୍ୱ ଏବେ କରୋନା ମହାମାରୀକୁ ନେଇ ଚିନ୍ତିତ । ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ସମଗ୍ର ମାନବ ସମାଜ ପାଇଁ ଏହି ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ହେଲେ ଏହି ଭାଇରସ ବିଶ୍ୱ ପାଇଁ ପ୍ରଥମ ନୁହେଁ । ୧୯୧୮ରେ ଘାତକ ଏଚ୍ ୱାନ ଏନ ୱାନ ଭାଇରସ ସାରା ବିଶ୍ୱରେ ୫ରୁ ୧୦କୋଟି ଲୋକଙ୍କ ଜୀବନ ନେଇଥିଲା ।

ବିଂଶ ଶତାବ୍ଦିରେ ବସନ୍ତ ରୋଗରେ ପ୍ରାଣ ହରାଇଥିଲେ । ତେଣୁ ଆମକୁ ଲାଗୁଛି ପୃଥୀବିରୁ ଏହିଭଳି ମାରାତ୍ମକ ଭାଇରସ ସମ୍ପୂର୍ଣ୍ଣ ନଷ୍ଟ ହେବା ଦରକାର । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାଇରସ ମଣୀଷ ସମାଜ ପ୍ରତି ଭଲ । କାରଣ ଭାଇରସ ନରହିଲେ, ମଣିଷ ମଧ୍ୟ ରହିବ ନାହିଁ । ନଜର ପକାନ୍ତୁ କିଛି ଭାଇରସ ଓ ମାନବ ସମାଜ ଉପରେ ଏହାର ଉପକାରିତା ଉପରେ ।