କନକ ବ୍ୟୁରୋ : ସହମତିରେ ଶାରୀରିକ ସମ୍ପର୍କ ରଖିବାର ବୟସ ୧୬ ନହେଉ । ଆଇନ୍ ମନ୍ତ୍ରାଳୟକୁ ଏଭଳି ଏକ ସୁପାରିସ କରିଛନ୍ତି ଲ’ କମିଶନ । ଏମିତିକି ପୋକ୍ସୋ ଆଇନରେ କିଛି ସଂଶୋଧନ ଆଣିବା ଆବଶ୍ୟକ ବୋଲି କମିଶନ କହିଛି । ପୋକ୍ସୋ ଆଇନ ୨୦୧୨ର ବିଭିନ୍ନ ଦିଗକୁ ବିଚାର କରିବା ପରେ ‘ଲ’ କମିଶନ ଗତ ୨୭ ତାରିଖରେ ଏକ ବୈଠକ କରିଥିଲା । ପରେ ଏହି ରିପୋର୍ଟ ମନ୍ତ୍ରାଳୟକୁ ଦିଆଯାଇଛି ।
ବିଭିନ୍ନ ସମୟରେ ପୋକ୍ସୋ ଆଇନର ଅପବ୍ୟବହାର ହେଉଥିବା ଅଭିଯୋଗ ରହିଛି । ଝିଅର ଇଚ୍ଛା ଅନୁସାରେ ବିବାହ କରାଇବା ପାଇଁ ତାଙ୍କ ଅଭିଭାବକମାନେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ତେଣୁ ପୁଅ-ଝିଅ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ଥଲେ ମଧ୍ୟ ଅନେକ ଯୁବକ-ଯୁବତୀଙ୍କୁ ଏହି ଆଇନ ବଳରେ ଦଣ୍ଡ ଭୋଗିବାକୁ ପଡୁଛି । ତେଣୁ ସହମତିରେ ସଂପର୍କ ରଖିବାର ବୟସ ୧୮ରୁ ୧୬କୁ ହ୍ରାସ କରିବା ପାଇଁ ଦାବି ଉଠିଛି ।