ବଦଳିବ କର୍ମଚାରୀଙ୍କ କାମ କରିବାର ସମୟ ! ୮ ପରିବର୍ତ୍ତେ ଏଣିକି ୧୨ ଘଂଟା କାମ କରାଇପାରିବେ କଂପାନୀ ! ୪୮ଘଂଟାରୁ ଅଧିକ ସମୟ ଖଟାଇବା ମନା, କର୍ମଚାରୀଙ୍କୁ ପ୍ରତି ୫ଘଂଟାରେ ଅଧ ଘଂଟା ବ୍ରେକ୍ ଦେବାକୁ ବାଧ୍ୟ କଂପାନୀ

Advertisment
ବଦଳିବ କର୍ମଚାରୀଙ୍କ କାମ କରିବାର ସମୟ ! ୮ ପରିବର୍ତ୍ତେ ଏଣିକି ୧୨ ଘଂଟା କାମ କରାଇପାରିବେ କଂପାନୀ ! ୪୮ଘଂଟାରୁ ଅଧିକ ସମୟ ଖଟାଇବା ମନା, କର୍ମଚାରୀଙ୍କୁ ପ୍ରତି ୫ଘଂଟାରେ ଅଧ ଘଂଟା ବ୍ରେକ୍ ଦେବାକୁ ବାଧ୍ୟ କଂପାନୀ

କନକ ବ୍ୟୁରୋ: ଏଣିକି ୮ ଘଂଟା ବଦଳରେ ୧୨ ଘଂଟା ହେବ କର୍ମଚାରୀଙ୍କ କାମ କରିବାର ସମୟ । ଏନେଇ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ନିକଟରେ ସଂସଦରେ ପାରିତ ଏକ ସଂହିତାରେ ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ କର୍ମଚାରୀ ତଥା ଶ୍ରମିକଙ୍କୁ ଦିନକୁ ସର୍ବାଧିକ ୧୨ ଘଂଟା କାମ କରାଇବା ନେଇ ପ୍ରସ୍ତାବରେ ଉଲ୍ଲେଖ ରହିଛି ।

ମନ୍ତ୍ରାଳୟ ତରଫରୁ Occupational Safety, Health and Working Conditions ତଥା ଓଏସଏଚ କୋଡ ୨୦୨୦ ନିୟମ ଆଧାରରେ ଏହି ପ୍ରସ୍ତାବ ସଂସଦରେ ଉସ୍ଥାପନା କରାଯାଇଛି । ତେବେ ମନ୍ତ୍ରାଳୟର ଏହି ନୂଆ କାର୍ଯ୍ୟ ଅବଧି ମଧ୍ୟରେ ଅଳ୍ପକାଳୀନ ଅବକାଶ ତଥା ଇଂଟରଭାଲ ଟାଇମ ବି ସାମିଲ ରହିଛି । ଯଦିଓ ୧୯ ନଭେମ୍ବର ୨୦୨୦ରେ ସୂଚିତ ହୋଇଥିବା ଏହି ଡ୍ରାଫ୍ଟରେ ସାପ୍ତାହିକ କାର୍ଯ୍ୟଦିବସକୁ ୪୮ ଘଂଟା ରଖାଯାଇଛି । ତେବେ ସାମ୍ପ୍ରତିକ ବ୍ୟବସ୍ଥାରେ ୮ ଘଂଟାର କାର୍ଯ୍ୟ ଅବଧି ଭିତରେ ସପ୍ତାହକୁ ୬ ଦିନ ରଖାଯାଇଥିବା ବେଳେ ଏଥିରେ ଗୋଟିଏ ଦିନ ଛୁଟି ବି ସାମିଲ ରହିଛି । ସେହିଭଳି ଓଏସଏଚ ସଂହିତାର ସାମ୍ପ୍ରତିକ ନିୟମ ଅନୁସାରେ, କୌଣସି ବି ଦିନର ଓଭରଟାଇମ ଗଣତି ବେଳେ ୧୫ରୁ ୩୦ ମିନିଟର ସମୟକୁ ଏବେ ୩୦ ମିନିଟ୍ ହିଁ ହିସାବ କରାଯିବ । ଅର୍ଥାତ୍ ୩୦ ମିନିଟରୁ କମ ସମୟ ଏବେ ଓଭରଟାଇମ ଭାବେ ବିବେଚିତ ହେବ ନାହିଁ ।

୪୮ଘଂଟାରୁ ଅଧିକ ସମୟ ଖଟାଇବା ମନା

ନିୟମ ଅନୁଯାୟୀ, କୌଣସି ବି ସଂସ୍ଥା ବା ପ୍ରତିଷ୍ଠାନଙ୍କୁ କୌଣସି ବି ଶ୍ରମିକ ବା କର୍ମଚାରୀଙ୍କୁ ଗୋଟିଏ ସପ୍ତାହରେ ୪୮ ଘଂଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଖଟାଇବାକୁ ନା ହିଁ ଏଭଳି କରିବାକୁ ଅନୁମତି ଦିଆଯିବ । ନିଯୁକ୍ତିକତାଙ୍କୁ କର୍ମଚାରୀ ତଥା ଶ୍ରମିକଙ୍କ କାମ କରିବାର ସମୟକୁ ଏଭଳି ତରିକାରେ ବ୍ୟବସ୍ଥିତ କରିବାକୁ ହେବ କି ମଝିରେ ବିଶ୍ରାମ ନେବା ପାଇଁ ଇଂଟରଭାଲ ସମୟ ସମେତ କର୍ମଚାରୀଙ୍କ କୌଣସି ବି ଦିନର କାର୍ଯ୍ୟ ସମୟ ୧୨ ଘଂଟାରୁ ଅଧିକ ହେବ ନାହିଁ । ସେହିଭଳି କୌଣସି ବି କର୍ମଚାରୀ ଅଧ ଘଂଟାର ବିଶ୍ରାମ ବିନା ୫ ଘଂଟାରୁ ଅଧିକ ସମୟ ଲଗାତାର ଭାବେ କାମ କରିବେ ନାହିଁ । ସେହିପରି ସପ୍ତାହିକ ହିସାବରେ ଦୈନିକ କାମ କରିବାର ସମୟ ଅବଧି ଏଭଳି ଧାର୍ଯ୍ୟ ହେବା ଦରକାର କି ପୂରା ସପ୍ତାହରେ କାର୍ଯ୍ୟ ଅବଧି ଯେଭଳି ୪୮ ଘଂଟାରୁ ଅଧିକ ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe