ଆଜି ଖସିପାରେ ରାଜ୍ୟର ଦିନ ତାପମାତ୍ରା । ୧୧ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।

1,604
କନକ ବ୍ୟୁରୋ: ଆଜି ଖସିପାରେ ରାଜ୍ୟର ଦିନ ତାପାମାତ୍ର୍ରା । ୧୧ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କନାଳ, କେନ୍ଦ୍ରାପଡା, କଟକ ଓ ଜଗତସିହଂପୁର ଏହି ୧୧ଟି ଜିଲ୍ଲାମାନଙ୍କରେ ଆଜି ଘଡଘଡି ସହ ବର୍ଷା ହୋଇପାରେ । ଉତର ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଗତ ୨୪ ଘଂଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ହୋଇଛି ।

ସେହିପରି ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଏହାପରେ ଧିରେଧିରେ ତାପାମତ୍ରାରେ ବୃଦ୍ଧି ଦେଖାଯିବ ଓ ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ସବାଧିକ ତାପମାତ୍ରା ବଢିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ରାତି ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ ବୋଲି କୁହାଯାଇଛି ।