ସନ୍ଧ୍ୟା ସୁଦ୍ଧା ୧୧ଟି ଜିଲ୍ଲାକୁ କାଳବୈଶାଖୀ । ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି ।

1,516

କନକ ବ୍ୟୁରୋ: ରାଜ୍ୟର ୧୧ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୩୦ ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ନୟାଗଡ଼ ଏବଂ ମୟୁରଭଞ୍ଜ ଭଳି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ସେହିପରି ରାଜ୍ୟର କିଛି ସ୍ଥାନରେ ମଧ୍ୟ ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମିଳିଛି । ଅନ୍ୟପଟେ ବଜ୍ରପାତ ବିପଦ ଥିବାରୁ ଏହି ସବୁ ଜିଲ୍ଲାର ଲୋକମାନଙ୍କୁ ଆଗୁଆ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆଜି ମଧ୍ୟ ରାଜ୍ୟ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନ୍ୟପଟେ ରାଜ୍ୟର ୫ଟି ସ୍ଥାନରେ କାଳବୈଶାଖୀ ସହ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।