କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ସେହିପରି ମୟୂରଭଂଜରେ ମଧ୍ୟ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି । ବର୍ଷା ସାଙ୍ଗକୁ ଜୋରରେ ପବନ ବହିବାରୁ ଅନେକ ଗଛ ଭାଙ୍ଗି ପଡିଛି । ସେହିପରି ଛଣ, ଛପର ଓ ଆଜବେଷ୍ଟ ଘରର ଛାତ ଉଡେଇ ନେଇଛି ।
ଫଳରେ ଘରେ ସାଇତି ରଖିଥିବା ଧାନ ଚାଉଳ ବର୍ଷାରେ ଭିଜିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ପାରାଦୀପରେ କାଳବୈଶାଖୀ ତାଣ୍ଡବ ରଚିଛି । ରାତି ପ୍ରାୟ ସାଢେ ୮ଟାରୁ ୯ଟା ଭିତରେ ଅଚାନକ ଭୟଙ୍କର ଧୁଳିଝଡ ସହ ଘଡଘଡି, ବିଜୁଳି ସହ ବର୍ଷା ହୋଇଛି । ପବନର ଗତି ଏତେ ତୀବ୍ର ଥିଲା ଯେ ପାରାଦୀପର ବିଭିନ୍ନ ରାସ୍ତାରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।
ସେପଟେ କେନ୍ଦ୍ରାପଡା ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଫଳରେ ମାର୍ଶାଘାଇ, ମହାକାଳପଡା ଏବଂ ଗରଦପୁର ବ୍ଲକରେ ବିଦ୍ୟୁତ ସେବା ଠପ୍ ହୋଇଯାଇଛି । ସେପଟେ ପାଟକୁରାରେ ମଧ୍ୟ କାଳବୈଶାଖୀ ବର୍ଷା ହୋଇଛି । ରାତିରେ ଜୋରରେ ପବନ ବହିବା ସହ ଝିପ ଝିପ୍ ବର୍ଷା ହୋଇଛି । ବାଲେଶ୍ୱରରେ ମଧ୍ୟ କାଳବୈଶାଖୀ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ କିଛି ସମୟ ପାଇଁ ଘଡଘଡି ସହ ବର୍ଷା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/vlcsnap-2021-04-19-07h31m32s860.png)