ରାତି ଅଧରେ କାଳବୈଶାଖୀର ତାଣ୍ଡବ : ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗଙ୍କୁ ବଜ୍ରପାତ; ବିଦ୍ୟୁତ ସରବାରହ ବାଧାପ୍ରାପ୍ତ

848

କନକ ବ୍ୟୁରୋ : ରାତି ଅଧରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗଙ୍କୁ ବଜ୍ରପାତ ଲୋକଙ୍କ ନିଦ ହଜାଇ ଦେଇଥିଲା । କାଳବୈଶାଖୀ ପାଇଁ ରାତିରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ଲୋକେ ସାମାନ୍ୟ ଆଶ୍ୱସ୍ତି ପାଇଥିବା ବେଳେ ବିଦ୍ୟୁତ ବିଭ୍ରାଟ ପାଇଁ ଲୋକେ ରାତି ଅଧରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ୱର ସମେତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖାଦେଇଥାଏ । ଭୁବନେଶ୍ୱରରେ ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ପବନ ହୋଇଥିଲା ।ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ଏପରି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।