ଅପରାହ୍ନ ୪ଟା ସୁଦ୍ଧା ୧୦ଟି ଜିଲ୍ଲାକୁ ସତର୍କ ଘଣ୍ଟି! କାଳବୈଶାଖୀ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

1,932

କନକ ବ୍ୟୁରୋ: ରାଜ୍ୟର ୧୦ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅପରାହ୍ନ ୪ଟା ୩୦ ମିନିଟ୍ ମଧ୍ୟରେ ଭୁବନେଶ୍ୱର ସମେତ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବରଗଡ଼, ସୋନପୁର, ସମ୍ବଲପୁର, ଖୋର୍ଦ୍ଧା ସହ ଏବଂ କଟକ ଭଳି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ସେହିପରି ରାଜ୍ୟର କିଛି ସ୍ଥାନରେ ମଧ୍ୟ ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମିଳିଛି । ଅନ୍ୟପଟେ ବଜ୍ରପାତ ବିପଦ ଥିବାରୁ ଏହି ସବୁ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବାକୁ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ସହ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।