ସିଙ୍ଗାପୁରରେ ପହଁଚିଲେ ରକେଟ୍ ମ୍ୟାନ୍ କିମ୍ ଜଙ୍ଗ୍ ଉନ୍ ! ଜୁନ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହେବ ଆଲୋଚନା ।

Advertisment
ସିଙ୍ଗାପୁରରେ ପହଁଚିଲେ ରକେଟ୍ ମ୍ୟାନ୍ କିମ୍ ଜଙ୍ଗ୍ ଉନ୍ ! ଜୁନ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହେବ ଆଲୋଚନା ।

image courtesy - thepolicytimes.com

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ କିମ-ଟ୍ରମ୍ପ ସାକ୍ଷାତ ଆଲୋଚନା ପୂର୍ବରୁ ସିଙ୍ଗାପୁରରେ ଆସି ପହଞ୍ଚିଛନ୍ତି ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ ଜୋଙ୍ଗ ୟୁନ । ଏୟାର ଚାଇନା ୭୪୭ ରେ ପ୍ୟଙ୍ଗୟାଙ୍ଗରୁ ବେଜିଂ ଅଭିମୁଖେ ବାହାରିଥିଲେ କିମ୍ । ତେବେ ଯାତ୍ରା ସମୟରେ ସେ ସିଙ୍ଗାପୁର ଅଭିମୁଖେ ରାସ୍ତା ପରିବର୍ତ୍ତନ କରିଥିଲେ । ଛାନଙ୍ଗି ବିମାନ ବନ୍ଦରରେ ବୈଦେଶିକ ମନ୍ତ୍ରୀ ଭିଭିଆନ ବାଲାକ୍ରିଷ୍ଣନ କିମଙ୍କ ସହ ହାତ ମିଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଆଗକୁ ରହିଛି କିମ-ଟ୍ରମ୍ପ ଶିଖର ବୈଠକ । ଏହି ସାକ୍ଷାତ ଆଲୋଚନାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ କିମ୍ ସିଙ୍ଗାପୁରରେ ପହଂଚିବା ଏହି ଶିଖର ବୈଠକ ପୂର୍ବରୁ ଏକ ସକାରାତ୍ମକ ବାର୍ତା ଦେଇଛି । ସିଙ୍ଗାପୁରରେ ପହଂଚିବା ପରେ କିମଙ୍କୁ ଏକ ମର୍ସିଡିଜ ବେଂଜରେ ନିଆଯାଇଥିଲା । ତାଙ୍କ କାରକେଡରେ ପାଖାପାଖି ୨୦ଟି ଗାଡି ସାମିଲ ହୋଇଥିଲା । ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ଭିଭିଆନ ବାଲକ୍ରିଷ୍ଣନ ତାଙ୍କୁ ସ୍ୱାଗତ କରିଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ଏହି ବୈଠକକୁ ସାରା ପୃଥିବୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛି । କାରଣ ଯଦି ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ଶାନ୍ତିସ୍ଥାପନ ହୁଏ ତେବେ ଏହା ସାରାବିଶ୍ୱ ପାଇଁ ଉଦାହରଣ ପାଲଟିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe