କନକ ବ୍ୟୁରୋ: ଦକ୍ଷିଣ କୋରିଆଠୁ ନେଇ ଜାପାନରେ ଏବେ ହଇଚଇ । ମଙ୍ଗଳବାର ମଧ୍ୟରାତ୍ରରେ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରିଛି ଉତ୍ତରକୋରିଆ । ଦକ୍ଷିଣକୋରିଆ ଜଳସୀମାକୁ ଲକ୍ଷ୍ୟ କରି ହୋଇଥିବା ମିସାଇଲ ପରୀକ୍ଷଣରେ କୌଣସି ପ୍ରକାର ଧନଜନ ହାନୀ ହୋଇନି । ମୋଟ ୧୦ଟି ସ୍ଥାନରେ ଖସିଛି ମିସାଇଲ । ସ୍ଥିତିକୁ ଦେଖି ଦକ୍ଷିଣକୋରିଆରେ ଆର୍ଲଟ ଜାରି କରାଯିବା ସହ ଘନ ଘନ ଆଲର୍ଟ ସାଇରନ ବାଜୁଛି ଯାହାକୁ ନେଇ କେବଳ ଦକ୍ଷିଣ କୋରିଆ ନୁହେଁ ଜାପାନ ମଧ୍ୟ ଚିନ୍ତାରେ ପଡିଛି ।
ଉତ୍ତରକୋରିଆର ମିସାଇଲ ପରୀକ୍ଷଣ ପରେ ଜାପାନରେ ରେଡ ହର୍ଣ୍ଣ ବାଜିବା ସହ ଲୋକମାନଙ୍କ ଆଲର୍ଟ କରାଯାଇଛି । ସେପଟେ ଘଟଣାକୁ ନେଇ ଚିହିଁକି ଉଠିଛି ଦକ୍ଷିଣକୋରିଆ । ରାଷ୍ଟ୍ରପତି ପିୟୋଂଗୟୋଂଗ କହିଛନ୍ତି ଜାଣିଶୁଣି ଉତରକୋରିଆ ଉସକାଇବା ଭଳି କାମ କରୁଛି । ଚର୍ଚ୍ଚା ହେଉଛି କି ଦୁଇ ଧିନ ଧରି ଆମେରିକା ଓ ଦକ୍ଷିଣ କୋିଆ ମଧ୍ୟରେ ଯୁଦ୍ଧାଭ୍ୟାସ ହୋଇଥିଲା । ଏହାକୁ ବିରୋଧ କରି ଉତ୍ତରକୋରିଅ।। ଏହି ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରି ଉଭୟ ଦେଶଙ୍କୁ ହୁଏତ ଚେତାବନୀ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/121144500_f361a702-fa66-4d46-a749-09141ee4c7f2.jpg)