ଉତ୍ତରକୋରିଆରେ ପଶିଲା କରୋନା । ଜଣେ ସଂକ୍ରମିତ ଚିହ୍ନଟ ପରେ ପୂରା ଦେଶରେ ତାଲାବନ୍ଦ । ସୀମାରେ କଟକଣା ହେଲା କଡ଼ାକଡ଼ି ।

252

କନକ ବ୍ୟୁରୋ: ସାରା ବିଶ୍ୱରେ କରୋନା କାଳ । ଶକ୍ତିଶାଳୀ ରାଷ୍ଟ୍ରଙ୍କଠୁ ନେଇ ବିତଶାଳୀ ଦେଶ । କେହି ବି ବାଦ ପଡିନାହାଁନ୍ତି କରୋନାର ଭୟାବହ ପ୍ରକୋପରୁ ।  ତେବେ ଦୀର୍ଘ ଅଢେଇବର୍ଷ ଧରି ନିଜକୁ କରୋନାଠୁ ବଂଚାଇ ଆସୁଥିବା ଉତରକୋରିଆରେ ଏବେ ପହଁଚିଛି କରୋନା ଭୂତାଣୁ । ଏଠାରେ କରୋନାର ପ୍ରଥମ ମାମଲା ଚିହ୍ନଟ ହେବା ପରେ ଉତରକୋରିଆ ଶାସକ  କିମ ଜଙ୍ଗ ଉନ୍ ପୂରା ଦେଶରେ ତାଲାବନ୍ଦ ଘୋଷଣା କରିଛନ୍ତି ।

ଦୀର୍ଘ ଦୁଇବର୍ଷ ଧରି ଯେଉଁ ସୀମା ଡେଇଁ ପହଁଚି ପାରିନଥିଲା ଏବେ ସେଠି ଏଟ୍ରିଂ ମାରିଛି  କରୋନା ଭୂତାଣୁ । ନିଜକୁ ଶୂନ୍ୟ କୋଭିଡ ଦେଶ ଶ୍ରେଣୀଭାବେ ଦାବି କରି ଆସୁଥିବା ଉତରକୋରିଆର ଚିତ୍ର ଏବେ କରୋନା ପାଇଁ ହଠାତ ବଦଳିଛି ।   ଗୁରୁବାର ଦେଶରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ଉତରକୋରିଆର ସ୍ଥାନୀୟ ଗଣାମଧ୍ୟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେପଟେ ସ୍ଥିତିକୁ ଦେଖି ଦେଶରେ ତୁରନ୍ତ ଲକଡାଉନ ଘୋଷଣା କରିଛନ୍ତି ଦେଶର ଏକଛତ୍ରବାଦୀ ଶାସକ କୁହାଯାଉଥିବା  କିମ ଜଙ୍ଗ ଉନ୍ । ହଠାତ ତାଲାବନ୍ଦ ଯୋଗୁଁ ଦେଶରେ ଜରୁରୀକାଳୀନ ପରିସ୍ଥିିତି ଲାଗୁ ହୋଇଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଚିହ୍ନଟ ହୋଇଥିବା ସଂକ୍ରମିତ ପ୍ୟୋଙ୍ଗାୟାଙ୍ଗର ଓ ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା । ନମୁନା ଯାଂଚରେ ସେ ଓମିକ୍ରନର ଉପପ୍ରଜାତି ବିଏ-ଟୁରେ ସଂକ୍ରମିତ ଥିବା ଜଣାପଡିଛି । ଏହି ଖବର ଜାଣିବା ପରେ ଗୁରୁବାର ନେଇ କିମଜଙ୍ଗ ବୈଠକ ଡାକିବା ପରେ ଲକଡାଉନ ଘୋଷଣା କରିଛନ୍ତି । ତେବେ କୋରିଆ ନାଗରିକଙ୍କ ଉପରେ ଆଉ କେଉଁ କେଉଁ ପ୍ରତିବନ୍ଧକ ଲଗାଯାଇଛି ସେକଥା ସ୍ପଷ୍ଟ ହୋଇନି ।

ଉତରକୋରିଆ ଗଣମାଧ୍ୟମ କୋରିଆନ ସେଂଟ୍ରାଲ ନ୍ୟୁଜ ଏଜେନ୍ସିର ରିର୍ପୋଟ ଅନୁସାରେ ବୈଠକରେ କିମ ଜଙ୍ଗ କହିଛନ୍ତି ଭୁତାଣର ମୂଳୋତ୍ପାଟନ ପାଇଁ ତାଲାବନ୍ଦ ଜରୁରୀ । ଏଥିସହ ସୀମାରେ ପହରା କଠୋର କରିବା ସହ ନିୟମ ଗୁଡିକୁ ଅଧିକ କଡ଼ାକଡ଼ି କରାଯିବ । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ରୁଷ, ଆମେରିକାର ଟିକା ଅଫରକୁ ପ୍ରତ୍ୟାଖାନ କରି ନିଜ ଦେଶବାସୀଙ୍କୁ ଏବେ ସୁଦ୍ଧା ଟିକା ଦେଇନି ଉତରକୋରିଆ