କଟକଣାକୁ ଖାତିର ନାହିଁ । ଲଗାତାର ୬ ଥର କ୍ଷେପଣାସ୍ତ୍ର ପରୀକ୍ଷଣ କଲାଣି ଏହି ଦେଶ ।

137

କନକ ବ୍ୟୁରୋ: ମାସକ ଭିତରେ ୬ଥର କ୍ଷେପଣାସ୍ତ୍ର ପରୀକ୍ଷା କରିସାରିଲାଣି ଉତ୍ତରକୋରିଆ । କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ନିର୍ଦ୍ଦିଷ୍ଟ କଟକଣା ଥିଲେ ବି ଏହାକୁ ମାନିବାକୁ ନାରାଜ ଏହି ଜିଦଖୋର ଦେଶ । ଜାନୁଆରୀ ୬ ରେ ଉତ୍ତର କୋରିଆ ବର୍ଷର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ।ଏହାପରେ ଜାନୁଆରୀ ୧୧ ରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା । ଏହାପରେ ପୁନର୍ବାର ଜାନୁଆରୀ ୧୭ ରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଶେଷ ଥର ପାଇଁ ପରୀକ୍ଷଣ କରାଯାଇଥିଲା । ପୁଣିଥରେ ଆଜି ଜାପାନ ସମୁଦ୍ରରୁ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଏହି ଦେଶ ।

ଉତ୍ତର କୋରିଆ ପୁଣି ଥରେ ଜାପାନ ସାଗରରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଗୁରୁବାର ସକାଳେ ଏହି ପରୀକ୍ଷା କରିଛି ।। ଚଳିତ ବର୍ଷ ଉତ୍ତର କୋରିଆ ଦ୍ୱାରା ଏହା ହେଉଛି ଷଷ୍ଠ କ୍ଷେପଣାସ୍ତ୍ର ପରୀକ୍ଷଣ । ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ମିଳିତ ଜାତିସଂଘକୁ ନିବେଦନ କରିଥିଲା, କିନ୍ତୁ ଚୀନ୍ ଏବଂ ରୁଷିଆ ବିରୋଧ କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁଇନ୍ଦା ଅଧିକାରୀମାନେ ଏହି ଉତକ୍ଷେପଣକୁ ବିଶ୍ଳେଷଣ କରୁଛନ୍ତି, କିନ୍ତୁ ସେମାନଙ୍କୁ ଏଯାଏଁ କୌଣସି ପୁଙ୍ଖାନୁପୁଙ୍ଖ ସୂଚନା ମିଳିପାରିନାହିଁ । ଉତ୍ତର କୋରିଆ ଛଅ ଦିନ ପୂର୍ବେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା, ଜାନୁଆରୀ ୫ ରେ ଏହାକୁ ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ବୋଲି ବର୍ଣ୍ଣନା କରିଥିଲା । କିନ୍ତୁ ଦକ୍ଷିଣ କୋରିଆ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। କିନ୍ତୁ ବର୍ତ୍ତମାନ ଉତ୍ତର କୋରିଆ ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବାରେ ଏବେ ସକ୍ଷମ ହୋଇଛି ବୋଲି ଦକ୍ଷିଣ କୋରିଆର ସୈନ୍ୟ ନିଶ୍ଚିତ କରିଛନ୍ତି ।