କନକ ବ୍ୟୁରୋ : ପୁଣି ଚିନ୍ତା ବଢାଇଲା ଉତ୍ତର କୋରିଆ । ଶନିବାର ଉତ୍ତର କୋରିଆ ସ୍ୱଳ୍ପ ଦୂରଗାମୀ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏନେଇ ପଡୋଶୀ ଦେଶ ଦକ୍ଷିଣ କୋରିଆ ସେନା ସୂଚନା ଦେଇଛି । ଏହାକୁ ମିଶାଇ ସପ୍ତାହକ ମଧ୍ୟରେ ଉତ୍ତର କୋରିଆ ଚତୁର୍ଥ ଥର ପାଇଁ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିସାରିଲାଣି । ଦକ୍ଷିଣ କୋରିଆ ସମେତ ଆମେରିକା ଏହି ଘଟଣାକୁ ତ୍ରୀବ ନିନ୍ଦା କରିଛି ।

Advertisment

ସେପଟେ ଦଷିଣ କୋରିଆ, ଜାପାନା, ଆମେରିକା ଶୁକ୍ରବାରଠୁ ମିଳିତ ସାମରଭାସ କରୁଛନ୍ତି । ଅନ୍ୟପଟେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଗୁରୁବାର ଦକ୍ଷିଣ କୋରିଆର ସିଓଲରେ ପହଞ୍ଚିଛନ୍ତି । ଏହି ଦୁଇ ଘଟଣାକୁ ନେଇ ଉତ୍ୟେକ୍ତ ହୋଇପଡିଛି ଉତ୍ତରକୋରିଆ । ଆମେରିକାକୁ ଚାଲେଞ୍ଜ କରି ଲଗାତର ଭାବେ ମିସାଇଲ ପରୀକ୍ଷା କରୁଛି ।