ଉତ୍ତରକୋରିଆ ବଦଳାଇଲା ନିଜ ଦେଶର ସମ୍ବିଧାନ । ଦେଶକୁ ପରମାଣୁ ରାଷ୍ଟ୍ର ଘୋଷଣା କଲେ କିମ୍ ଜୋଙ୍ଗ୍

Advertisment
ଉତ୍ତରକୋରିଆ ବଦଳାଇଲା ନିଜ ଦେଶର ସମ୍ବିଧାନ । ଦେଶକୁ ପରମାଣୁ ରାଷ୍ଟ୍ର ଘୋଷଣା କଲେ କିମ୍ ଜୋଙ୍ଗ୍

କନକ ବ୍ୟୁରୋ : ଉତ୍ତରକୋରିଆ ତରଫରୁ ପରମାଣୁ ଅସ୍ତ୍ର ମାନ୍ୟତାକୁ ସମ୍ବିଧାନ ସହ ଯୋଡିଲା । ଏନେଇ ଉତ୍ତର କୋରିଆ ଗଣମାଧ୍ୟରେ ଗୁରୁବାର ଦିନ ପ୍ରକାଶ ପାଇଥିବା ଖବର ମୁତାବକ ବୁଧବାର ଦିନ ଷ୍ଟେଟ ପିପୁଲ୍ସ ଆସେମ୍ବିଲ ବୈଠକରେ କିମ୍ ଜୋଙ୍ଗ କହିଛନ୍ତି କି, ଉତ୍ତର କୋରିଆ ଆଣବିକ ଶକ୍ତି ନିର୍ମାଣ ନୀତିକୁ ଏକ ମୌଳିକ ରାଷ୍ଟ୍ରୀୟ ଆଇନ ଭାବେ ସ୍ଥାୟୀ କରାଯାଇଛି । ଯାହାକୁ କେହି ଉଲଙ୍ଘନ କରିବାକୁ ଅନୁମତି ନାହିଁ । ଏହା ଏକ ଐତିହାସିକ ଘଟଣା, ଯାହା ଜାତୀୟ ପ୍ରତିରକ୍ଷା କ୍ଷମତାକୁ ଯଥେଷ୍ଟ ସୁଦୃୃଢ କରିବା ପାଇଁ ଏକ ଶକ୍ତିଶାଳୀ ରାଜନୈତିକ ଶକ୍ତି ପ୍ରଦାନ କରିଛି ବୋଲି କିମ୍ ଜୋଙ୍ଗ କହିଛନ୍ତି ।

ଆମେରିକା, ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ତ୍ରିପାକ୍ଷିକ ସହଯୋଗକୁ ନାଟୋର ଏସୀୟ ସଂସ୍କରଣ ବୋଲି ବର୍ଣ୍ଣନା କରିବା ସହ ଆମେରିକା ଓ ପାଶ୍ଚାତ୍ୟର ଆଧିପତ୍ୟବାଦୀ ରଣନୀତି ବିରୋଧରେ ଠିଆ ହୋଇଥିବା ଦେଶଗୁଡିକ ସହ ଏକତାକୁ ପ୍ରୋତ୍ସାହିତ କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି କିମ୍ ଜୋଙ୍ଗ । ଏହା କେବଳ ସବୁଠାରୁ ଖରାପ ବାସ୍ତବ ବିପଦ, ଧମକପୂର୍ଣ୍ଣ ବୟାନବାଜି କିମ୍ବା କୌଣସି କାଳ୍ପନିକ ସଂସ୍ଥା ନୁହେଁ ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ଉତ୍ତରକୋରିଆ ରେକର୍ଡ ସଂଖ୍ୟକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିଛି । ଗୁରୁବାର ଦିନ ଏଏଫପିର ରିପୋର୍ଟ ମୁତାବକ ୨୦୧୭ ପରେ ପିୟୋଙ୍ଗ୍ୟାଙ୍ଗ ପ୍ରଥମଥର ପାଇଁ ପରମାଣୁ ପରୀକ୍ଷଣ କରିପାରେ । ୨୦୦୬ ପରେ ଉତ୍ତରକୋରିଆ ମୋଟ ୬ଟି ପରମାଣୁ ପରୀକ୍ଷଣ କରିସାରିଛି ।
ସୂଚନା ଥାଉକି କିମ୍ ଜୋଙ୍ଗ ଗତ ସପ୍ତାହରେ ଋଷିଆରୁ ଫେରିଥିଲେ । ଏହି ସମୟରେ ସେ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ସାମରିକ ସହାୟତା ବୃଦ୍ଧି କରିବା ନେଇ ଏକ ଚୁକ୍ତି କରିଥିଲେ ।

ଉତ୍ତର କୋରିଆର ଏଭଳି ଘୋଷଣା ପରେ ଆମେରିକା ଓ ଦକ୍ଷିଣକୋରିଆର ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ, ଉତ୍ତରକୋରିଆ ତା’ର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ବୈଷୟିକ ସହାୟତା ଲୋଡିପାରେ ଏବଂ ମସ୍କୋ ୟୁକ୍ରେନରେ ଆକ୍ରମଣ ପାଇଁ ତା’ର ହ୍ରାସ ପାଉଥିବା ଷ୍ଟକକୁ ପୂରଣ କରିବା ପାଇଁ ଉତ୍ତରକୋରିଆ ଠାରୁ ଗୋଳାବାରୁଦ କିଣିବାକୁ ଚେଷ୍ଟା କରିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe