କନକ ବ୍ୟୁରୋ : ଉତ୍ତର କୋରିଆରର ଏକଛତ୍ରବାଦୀ ଶାସକ ପୁଣିଥରେ ଆକ୍ସନ ମୋଡକୁ ଆସିଛନ୍ତି । ଏହି କ୍ରମରେ ଦୁଇ ସପ୍ତାହ ମଧ୍ୟରେ ୭ମ ଥର ପାଇଁ ଜାପାନ ଉପରେ ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିଛନ୍ତି । ଏହି ମିସାଇଲ ଟେଷ୍ଟ ପରେ ଏବେ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦକ୍ଷୀଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି କି, ପେଙ୍ଗୟାଙ୍ଗ  ତରଫରୁ ଦକ୍ଷୀଣ ପୂର୍ବ ତଟୀୟ ସହର ମୁଞ୍ଚନ ରୁ ଦୁଇଟି ମିସାଇଲ ପରୀକ୍ଷଣ କରାଯାଇଛି ।

Advertisment

ସେପଟେ ଜାପାନ ସରକାରଙ୍କ ତରଫରୁ କୁହାଯାଇଛି କି, ଉତ୍ତରକୋରିଆ ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିଛି । ଜାପାନ ରକ୍ଷା ରାଜ୍ୟମନ୍ତରୀ ତିଶିରୋ ଇନୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଉତ୍ତର କୋରିଆ ତରଫରୁ ଯେଉଁ ୨ ଟି ମିସାଇଲ ପରୀକ୍ଷଣ କରାଯାଇଛି ତାହା ୧୦୦ କିଲୋମିଟର ଉଚ୍ଚତା ଓ ୩୫୦ କିଲୋମିଟର ଦୂରତାକୁ ଟାର୍ଗେଟ କରିଛି ।ଏହା ଜାପାନର ଆର୍ଥିକ କ୍ଷେତ୍ର ବାହାରେ ପଡିଥିବା କଥା ସେ କହିଛନ୍ତି ।

ଉତ୍ତର କୋରିଆ ତରଫରୁ ଚଳିତ ବର୍ଷ ନିଜର ସବୁଠାରୁ ବଡ ଅନ୍ତମହାଦୀପିୟ ବାଲାଷ୍ଟିକ ମିସାଇଲ ସହିତ ଅନେକ ଅଭୁତପୂର୍ବ ସଂଖ୍ୟାର ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିଛି । ଏହାର କାରଣ ଭାବେ କୁହାଯାଇଛି କି କିମ୍ ଓନ୍ ଜଙ୍ଗ ଏବେ ନିଜ ଦେଶର ସେନା କ୍ଷମତା ଆଧୁନିକରଣ କରିବା ସହା ବିସ୍ତାର କରିବାକୁ ଯୋଜନା କରିଛନ୍ତି ।