ଉତ୍ତର ଆନ୍ଧ୍ରପ୍ରଦେଶର କାକିନଡା ପାଖରେ ଅତିକ୍ରମ କଲା ତୀବ୍ର ଅବପାତ : ବଙ୍ଗୋପସାଗରରେ ଥିବା କେନ୍ଦ୍ରୀୟ ଅବପାତ ଘଣ୍ଟାପ୍ରତି ୧୭କିମି ବେଗରେ ଗତି କରୁଛି; ତୀବ୍ର ଅବପାତର ଘଣ୍ଟାପ୍ରତି ପବନର ବେଗ ୫୫ରୁ ୬୫ କିମି

9,033

କନକ ବ୍ୟୁରୋ : ଉତ୍ତର ଆନ୍ଧ୍ରପ୍ରଦେଶର କାକିନଡା ପାଖରେ ଅତିକ୍ରମ କଲା ତୀବ୍ର ଅବପାତ । ସକାଳ ସାଢେ ୭ଟା ଭିତରେ ଅତିକ୍ରମ କଲା ତୀବ୍ର ଅବପାତ । ବଙ୍ଗୋପସାଗରରେ ଥିବା କେନ୍ଦ୍ରୀୟ ଅବପାତ ଘଣ୍ଟାପ୍ରତି ୧୭କିମି ବେଗରେ ଗତି କରୁଛି । ତୀବ୍ର ଅବପାତର ଘଣ୍ଟାପ୍ରତି ପବନର ବେଗ ରହିଛି ୫୫ରୁ ୬୫ କିମି । ପ୍ରଭାବରେ ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମରେ ବର୍ଷିବ । ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ । ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ।

କଟକ, ଭୁବନେଶ୍ୱରରେ ମଧ୍ୟ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ବର୍ଷା । ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି । ପଶ୍ଚିମ–କେନ୍ଦ୍ରୀୟ ବଙ୍ଗେପସାଗର ଉପରେ ରହିଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଆଜି ଭୋରରୁ ଏହା ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିଛି । ଏହାର ପ୍ରଭାବରେ ବିଗତ ୬ ଘଂଟା ଧରି ପବନର ବେଗ ଘଂଟା ପ୍ରତି ୧୭ କିଲୋମିଟର ବେଗରେ ଥିଲା । ତେବେ ପବନର ବେଗ ବଢ଼ିବାର ପୂର୍ବାନୁମାନ କରାଯାଇଛି ।

ବର୍ତ୍ତମାନ ଅବପାତର ବେଗ ୫୫ରୁ ୬୫ କିଲୋମିଟର ବେଗ ରହିଛି । ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିଛି । ଗତକାଲି ରାତିରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ବର୍ଷା ଦେଖିବାକୁ ମିଳିଛି । ଏହାରି ଭିତରେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ-ଆଜି ମଧ୍ୟ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ।