ଦେଶର ସମସ୍ତ ଏଟିଏମ୍ କାରବାର ସ୍ୱାଭାବିକ ହେବାକୁ ୧୦ଦିନ ସମୟ ଲାଗିବ

ଦେଶର ସମସ୍ତ ଏଟିଏମ୍ କାରବାର ସ୍ୱାଭାବିକ ହେବାକୁ ୧୦ଦିନ ସମୟ ଲାଗିବ

source-google

କନକ ବ୍ୟୁରୋ : ଦେଶର ସମସ୍ତ ଏଟିଏମ୍ କାରବାର ସ୍ୱାଭାବିକ ହେବାକୁ ପ୍ରାୟତଃ ଆଉ ୧୦ଦିନ ସମୟ ଲାଗିବ । ଦେଶରେ ବହୁତ ସଂଖ୍ୟକ ଏଟିଏମ୍ ଥିବାବେଳେ, ଏହି ଏଟିଏମ୍ ସେବା ପ୍ରଦାନ କରୁଥିବା ଭେଣ୍ଡରଙ୍କ ସଂଖ୍ୟା ସୀମିତ ରହିଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ । ନୋଟର ଆକାରକୁ ନେଇ ଏଟିଏମ୍ ମେସିନ୍ ଗୁଡିକୁ ଠିକ୍ କରିବା ପାଇଁ ଅନେକ ସମୟ ଲାଗିଥାଏ । ଦେଶର ସବୁ ବ୍ୟାଙ୍କର ପ୍ରାୟ ୨ ଲକ୍ଷ ଏଟିଏମ୍ ଥିବାବେଳେ ଏଗୁଡିକୁ ଠିକ୍ କରିବା ଲାଗି ମାତ୍ର ୩ରୁ ୪ ଟି ସଂସ୍ଥା ରହିଛି ।

୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ମୋଦି ସରକାର ଅଚଳ ଘୋଷଣା କରିବା ପରେ ଏଟିଏମ୍ ଗୁଡିକ ଦୁଇଦିନ ଧରି ବନ୍ଦ ରହିଥିଲା । ଏହି ସମସ୍ତ ଏଟିଏମ୍ ଗୁଡିକ ଶୁକ୍ରବାର ଦିନ ଖୋଲିବ ବୋଲି ସରକାର ନିଷ୍ପତି ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe