କନକ ବ୍ୟୁରୋ: ଆସନ୍ତା ୨୮ ଯାଏଁ ହିଟୱେବ ଜାରି କଲା ପାଣିପାଗ ବିଭାଗ । ଆଭାନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳ ତାତି ଲାଗି ରହିବ । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ । ମାଲକାନଗିରି, କନ୍ଧମାଳ, ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଓ ଅନୁଗୁଳ ଜିଲ୍ଲା ପାଇଁ ହାଇ ଆର୍ଲଟ ଜାରି କରାଯାଇଛି ।
ଆଭନ୍ତରୀଣ ଓଡିଶାରେ ତାପମାତ୍ରା ୪୫ଂ ଉପରେ ଏବଂ ଉପକୂଳ ଓଡିଶାରେ ପାରଦ ୪୦ଂ ଉପରେ ରହିବ । ଗଞ୍ଜାମ ଗଜପତି ପୁରୀ, କଟକ, ବାଲେଶ୍ୱର ଓ ବାରିପଦା ସମେତ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୯ରୁ ପାଗରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପୠ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/WEATHER1-1.jpg)
/kanak/media/post_attachments/wp-content/uploads/2019/05/Screen-shot-2018-03-30-at-6.01.28-PM-768x428-1-300x167.png)