ଆଜି ୧୨ ଘଣ୍ଟିଆ ନୂଆପଡା ଜିଲ୍ଲା ବନ୍ଦ ଡାକରା । ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା

131

କନକ ବ୍ୟୁରୋ : ନୂଆପଡ଼ା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏନେଇ ରାଜ୍ୟ ସରକାର ଉପରେ  ଅସନ୍ତୋଷ ଦେଖା ଦେଇଛି । ଏହାକୁ  ନେଇ ନୂଆପଡ଼ା ଜିଲ୍ଲା ଓବିସି ପକ୍ଷରୁ ଆଜି ନୂଆପଡ଼ା ସଂପୂର୍ଣ୍ଣ  ଭାବେ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି । ସୋବାର ଦିନ ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ଓବିସି ମଞ୍ଚ ପକ୍ଷରୁ  ନୂଆପଡ଼ା ସଦର ଏକତା ଛକ ଠାରେ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏହି ବନ୍ଦରେ ନୂଆପଡ଼ା ସରକାରୀ, ବେସରକାରୀ ଅଫିସ, କୋର୍ଟ, ଦୋକାନ ବଜାର, ପେଟ୍ରୋଲ ପମ୍ପ, ବ୍ୟାଙ୍କ ସେବା ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ନୂଆପଡ଼ା ,କୋମନା, ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକ୍ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଛି । ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।